ପିଣ୍ଡାରୀ Piṇḍārī

  • ଦେ. ବି. (ହି. ପିଣ୍ଡାରା. ମ. ପେଣ୍ଟରୀ, ତୁଳ ଓ ପେଣ୍ଠ=ହାଟ, ହାଟ ଲୁଣ୍ଠନକାରୀ ଦସ୍ୟୁ) — ଖ୍ରୀ. ଅଷ୍ଟାଦଶ ଶତାବ୍ଦୀରେ ମଧ୍ୟଭାରତରେ ଲୁଣ୍ଠାନଆଦି ଉପଦ୍ରବ କରୁଥିବା ଦସ୍ୟୁ— ଦଳ — The Pindarees; hordes of robbers who infested central India in the 18th century
  • ଦେ. ବି. (ହି. ପିଣ୍ଡାରା. ମ. ପେଣ୍ଟରୀ, ତୁଳ ଓ ପେଣ୍ଠ=ହାଟ, ହାଟ ଲୁଣ୍ଠନକାରୀ ଦସ୍ୟୁ) — [ଦ୍ର—ପିଣ୍ଡାରୀମାନେ କୌଣସି ସ୍ୱତନ୍ତ୍ର ଜାତି ନ ଥିଲେ। ଲୁଟିଆରା ଦଳକୁ ପିଣ୍ଡାରୀ ବୋଲାଯାଉ ଥିଲା। ମରହଟ୍ଟା, ଆଫଗାନ୍ ଆଦି କେତେକ ଜାତିର ଲୋକ ଏହି ଦଳଭୁକ୍ତ ହୋଇଥିଲେ। ଏମାନଙ୍କର କୌଣସି କିଲ୍ଲା ବା ନିର୍ଦ୍ଦିଷ୍ଟ ସୈନ୍ୟଦଳ ନ ଥିଲେ। ଖ୍ରୀ. ଅଷ୍ଟାଦଶ ଶତାବ୍ଦୀରେ ଏମାନେ ମଧ୍ୟଭାରତରେ ଲୁଟ ପାଟ କରି ବିଶେଷ ଉପଦ୍ରବ କରୁଥିଲେ। ଅମୀର ଖାଁ ପିଣ୍ଡାରୀମାନଙ୍କ ସର୍ଦ୍ଦାର ଥିଲେ। ଲର୍ଡ଼ ହେଷ୍ଟିଙ୍ଗ୍ସ 1800 ଖ୍ରୀଷ୍ଟାବ୍ଦରେ ବିପୁଳ ସୈନ୍ୟ ନେଇ ଏମାନଙ୍କୁ ଘେରିଲେ। ଏମାନଙ୍କର ଦଳପତି ଅମିର ଖାଁ ରାଜପୁତାନାର ଟଙ୍କ ରାଜ୍ୟ ପାଇ ସନ୍ତୁଷ୍ଟ ହେଲେ ଓ ଇଂରାଜମାନଙ୍କ ଅଧୀନତା ସ୍ୱୀକାର କଲେ। ଅମୀର ଖାଁଙ୍କ ବଂଶଧରମାନେ ଅବଧି ଟଙ୍କ ରାଜ୍ୟର ନବାବ। ପିଣ୍ଡାରୀମାନଙ୍କ ଦ୍ୱିତୀୟ ସର୍ଦ୍ଦାର ଚିତୁ ଖାଁ ଅରଣ୍ୟକୁ ପଳାଇ ଯାଇ ବ୍ୟାଘ୍ର ମୁଖରେ ମୃତ୍ୟୁ ଲଭିଲେ। ତୃତୀୟ ସରଦାର କରିମ ଖାଁ ଧୃତ ହୋଇ ଇଂରାଜଙ୍କ ଶରଣାପନ୍ନ ହେବାରୁ ଏହାଙ୍କୁ ସଂଯୁକ୍ତ ପ୍ରଦେଶରେ ବସ୍ତି ଜିଲ୍ଲାରେ କେତେକ ଜମି ବଂଶାନୁକ୍ରମେ ଜାଗିରି ଦିଆଗଲା। ଏହିପରି ପିଣ୍ଡାରୀମାନଙ୍କ ଦଳ ଧ୍ୱଂସ ପ୍ରାପ୍ତ ହେଲା।—ଭୋଳାଲାଲ ଦାସ. ମିଡ୍ଲ୍ ଭାରତ ଇତିହାସ।] — [ଦ୍ର—ପିଣ୍ଡାରୀମାନେ କୌଣସି ସ୍ୱତନ୍ତ୍ର ଜାତି ନ ଥିଲେ ଲୁଟିଆରା ଦଳକୁ ପିଣ୍ଡାରୀ ବୋଲାଯାଉ ଥିଲା ମରହଟ୍ଟା, ଆଫଗାନ୍ ଆଦି କେତେକ ଜାତିର ଲୋକ ଏହି ଦଳଭୁକ୍ତ ହୋଇଥିଲେ ଏମାନଙ୍କର କୌଣସି କିଲ୍ଲା ବା ନିର୍ଦ୍ଦିଷ୍ଟ ସୈନ୍ୟଦଳ ନ ଥିଲେ ଖ୍ରୀ. ଅଷ୍ଟାଦଶ ଶତାବ୍ଦୀରେ ଏମାନେ ମଧ୍ୟଭାରତରେ ଲୁଟ ପାଟ କରି ବିଶେଷ ଉପଦ୍ରବ କରୁଥିଲେ ଅମୀର ଖାଁ ପିଣ୍ଡାରୀମାନଙ୍କ ସର୍ଦ୍ଦାର ଥିଲେ ଲର୍ଡ଼ ହେଷ୍ଟିଙ୍ଗ୍ସ1800ଖ୍ରୀଷ୍ଟାବ୍ଦରେ ବିପୁଳ ସୈନ୍ୟ ନେଇ ଏମାନଙ୍କୁ ଘେରିଲେ ଏମାନଙ୍କର ଦଳପତି ଅମିର ଖାଁ ରାଜପୁତାନାର ଟଙ୍କ ରାଜ୍ୟ ପାଇ ସନ୍ତୁଷ୍ଟ ହେଲେ ଓ ଇଂରାଜମାନଙ୍କ ଅଧୀନତା ସ୍ୱୀକାର କଲେ ଅମୀର ଖାଁଙ୍କ ବଂଶଧରମାନେ ଅବଧି ଟଙ୍କ ରାଜ୍ୟର ନବାବ ପିଣ୍ଡାରୀମାନଙ୍କ ଦ୍ୱିତୀୟ ସର୍ଦ୍ଦାର ଚିତୁ ଖାଁ ଅରଣ୍ୟକୁ ପଳାଇ ଯାଇ ବ୍ୟାଘ୍ର ମୁଖରେ ମୃତ୍ୟୁ ଲଭିଲେ ତୃତୀୟ ସରଦାର କରିମ ଖାଁ ଧୃତ ହୋଇ ଇଂରାଜଙ୍କ ଶରଣାପନ୍ନ ହେବାରୁ ଏହାଙ୍କୁ ସଂଯୁକ୍ତ ପ୍ରଦେଶରେ ବସ୍ତି ଜିଲ୍ଲାରେ କେତେକ ଜମି ବଂଶାନୁକ୍ରମେ ଜାଗିରି ଦିଆଗଲା ଏହିପରି ପିଣ୍ଡାରୀମାନଙ୍କ ଦଳ ଧ୍ୱଂସ ପ୍ରାପ୍ତ ହେଲା—ଭୋଳାଲାଲ ଦାସ. ମିଡ୍ଲ୍ ଭାରତ ଇତିହାସ]