ପିଣ୍ଡାରକ Piṇḍāraka

  • ବି. — ମହାଭାରତୋକ୍ତ ଦ୍ୱାରକାସ୍ଥିତ ହିନ୍ଦୁମାନଙ୍କର ତୀର୍ଥ- ବିଶେଷ — Name of a place of pilgrimage in W. India
  • ବି. — [ଦ୍ର—ଏହା ଗୁଜୁରାଟରେ ସମୁଦ୍ରକୂଳଠାରୁ ପ୍ରାୟ ଏକ କ୍ରୋଶ ଦୂରରେ ଅବସ୍ଥିତ। ସ୍କନ୍ଦ ପୁରାଣ, ଲିଙ୍ଗ ପୁରାଣ ଓ ମହାଭାରତରେ ଏଥିର ଉଲ୍ଲେଖ ଅଛି। କଥିତ ଅଛି ଯେ ଏ ତୀର୍ଥରେ ସ୍ନାନ କରି ପାଣ୍ଡବ ଗୋହତ୍ୟା ପାପରୁ ମୁକ୍ତି ଲାଭ କରିଥିଲେ। ହି. ଶ.]
  • ବି. — ବସୁଦେବ ଓ ରୋହିଣୀଙ୍କର ଏକ ପୁତ୍ର (ହି. ଶ.) — Name of a son of Basudeba
  • ବି. — ନାଗବିଶେଷ (ହି. ଶ.) — Name of a mythological serpent