ପିଠା Piṭhā

  • ଦେ. ବି. (ସଂ. ପିଷ୍ଟକ) — ଗହମ, ତଣ୍ଡୁଳ, ମୁଗ ଆଦି ବଟା ବା ଚୂନା ଦ୍ୱାରା ପ୍ରସ୍ତୁତ ହେଉଥିବା ଖାଦ୍ୟ — Cake
  • ଦେ. ବି. (ସଂ. ପିଷ୍ଟକ) — ଲାଞ୍ଚୁଆ ବ୍ରହ୍ମଘାତି ଧେନୁ, ବିନାଶକ; ନ ଦେଇ କ୍ଷୀରୀ ପିଠା ଖେଚେଡ଼ି ଭକ୍ଷକ। କୃଷ୍ଣସିଂହ, ମହାଭାରତ, ଦ୍ରୋଣ।
  • ଦେ. ବି. (ସଂ. ପିଷ୍ଟକ) — [ଦ୍ର—ପିଠା ଅନେକ ପ୍ରକାରରେ ତିଆରି ହୁଏ। ଚାଉଳ ବଟା ପାଣିଆ ହେଲେ ତାକୁ ପିଠଉ ଓ ଘନ ହେଲେ ତାକୁ ଖଳି ବା ସୋଦୁଅ ବୋଲା ଯାଏ।
  • ଦେ. ବି. (ସଂ. ପିଷ୍ଟକ) — ପୋଡ଼ି କରି, ଭାଜି କରି, ତେଲ ବା ଘିଅରେ ଛାଣି; ପାଣିରେ ସିଝାଇ ଓ ବାମ୍ଫରେ ସିଝାଇ ପିଠା ତିଆରି କରାଯାଏ।
  • ଦେ. ବି. (ସଂ. ପିଷ୍ଟକ) — କେତେଗୁଡ଼ିଏ ପିଠାର ନାମ, ଯଥା—କାକରା, ନାନମାନ, ଆରିସା ପୁରି ବା ଲୁଚି, ରୁଟୀ, ଖଳିରୁଟୀ, ଇଣ୍ଡୁରି ବା ଏଣ୍ଡୁରି, ଚକୁଳି, ଚିତଉ, ପୋଡ଼ପିଠା, ମଣ୍ଡା, ଗଇଁଠା, ପୁଳି, ବିରିଲଡ଼ୁ, ବିରିବରା, ଅପମାଲୁ ବା ଅମାଲୁ (ମାଲପୁଆ), ଝିଲି (କାନ୍ତି ବା ନାଡ଼ି) ଓ ପାପଡ଼ ଇତ୍ୟାଦି। ପୁରୀ ଜଗନ୍ନାଥଙ୍କ ଦେଉଳରେ, ସତ୍ୟବାଦୀ ଗୋପୀନାଥଙ୍କ ନିକଟରେ ଓ ଭୁବନେଶ୍ୱରର ଲିଙ୍ଗରାଜ ମହାଦେବଙ୍କଠାରେ ନାନା ପ୍ରକାରର ପିଠା ପୂର୍ବରୁ ଚଳି ଆସୁଅଛି, ଯଥା—
  • ଦେ. ବି. (ସଂ. ପିଷ୍ଟକ) — ପୁରୀ ଜଗନ୍ନାଥଙ୍କ ନିକଟରେ— ଜଗନ୍ନାଥବଲ୍ଲଭ, ଖଜା, ଗଜା, ଖୁରୁମା, ମଗଜଲଡ଼ୁ, ଛେନାତାଡ଼ିଆ, ଛେନାମାଣ୍ଡୁଅ, ଚନ୍ଦ୍ରକାନ୍ତି ଓ ତିପୁରୀ; ସତ୍ୟବାଦୀ ଗୋପୀନାଥଙ୍କ ନିକଟରେ—ଗୋପାଳବଲ୍ଲଭ, ସରପୁଳୀ, କାକରା ଓ ଡାଳିମ୍ବ, ଅମୃତ ରସାବଳୀ; ଭୁବନେଶ୍ୱର ଲିଙ୍ଗରାଜଙ୍କ ନିକଟରେ—ବସନ୍ତ ବା ବସନ୍ତ ଆରିଷା, କାନ୍ତି ଓ ଡାଳିମ୍ବ; ଏହାଛଡ଼ା ଆଧୁନିକ ଅନେକ ପ୍ରକାରର ନୂତନ ଧରଣର ପିଠା ମଧ୍ୟ ଲୋକେ କରୁଅଛନ୍ତି।
  • ଦେ. ବି. (ସଂ. ପିଷ୍ଟକ) — ଗଞ୍ଜାମରେ ଲଙ୍କାମରିଚକୁ ପିଠଉରେ ବୁଡ଼ାଇ ଘିଅରେ ବା ତେଲରେ ଛାଣନ୍ତି ଏହାକୁ—ପକୌଡ଼ୀ କହନ୍ତି]