ପିକେଟିଂ Pikeṭiṁ

  • ବୈଦେ. ବି. (ଇଂ) — (ଅସହଯୋଗ ଆନ୍ଦୋଳନରେ ବ୍ୟବହୃତ)— ଦୋକାନ ପାଖରେ ଠିଆ ହୋଇ ବିଦେଶୀ ଦ୍ରବ୍ୟ ବା ମାଦକ ଦ୍ରବ୍ୟ କିଣିବାକୁ ଆସିବା ବ୍ୟକ୍ତିମାନଙ୍କୁ ଅନୁରୋଧ ଓ ପ୍ରାର୍ଥନା ଦ୍ୱାରା ନିବାରଣ କରିବା କାର୍ଯ୍ୟ — Picketing
  • ବୈଦେ. ବି. (ଇଂ) — [ଦ୍ର—ମାହାତ୍ମା ଗାନ୍ଧିଙ୍କ ପ୍ରବର୍ତ୍ତିତ ଅସହଯୋଗ ଆନ୍ଦୋଳନ କାଳରୁ ଏ ଶବ୍ଦ ଓଡ଼ିଆ ଭାଷାରେ ପଶିଲା। ସ୍କୁଲ୍ ପରୀକ୍ଷା ହଲ୍, କଚେରି ଓ ହାଟ ଆଦି ସ୍ଥାନରୁ ସେଠାକୁ ଯିବା ବ୍ୟକ୍ତିଙ୍କୁ ନିବର୍ତ୍ତାଇବା ପାଇଁ ମଧ୍ୟ ପିକେଟିଂ କରାଗଲା ଓ ଲୋକେ କଥାରେ ନ ଭୁଲିଲେ ବାଟରେ ଶୋଇପଡ଼ି କିମ୍ବା ଆଗରେ ଉଗାଳି ବାଟ ବନ୍ଦ କରି, କିମ୍ବା ଲୋକଙ୍କ ଘର ଚାରିପାଖେ ଘେରି ପିକେଟିଂ କରାଗଲା।]