ପିଆଜ Piāja
- ଦେ. ବି. (ଫା. ପ୍ୟାଜ୍; ପିୟାଜ) — ପଲାଣ୍ଡୁ — Onion; Allium Cepa; Allium Ascalonicum
- ଦେ. ବି. (ଫା. ପ୍ୟାଜ୍; ପିୟାଜ) — [ଦ୍ର—ଏହା କୃଷି ଦ୍ୱାରା ଉତ୍ପନ୍ନ ବହୁ ସ୍ତରଯୁକ୍ତ ପାଖୁଡ଼ାଦ୍ୱାରା ଆବୃତ ତୀବ୍ରଗନ୍ଧ ମୂଳ ବିଶେଷ। ପତ୍ରଗୁଡ଼ିକ ସରୁ ନଳ ପରି। ମୂଳରୁ ଗୋଟିଏ ନଳାକାର କାଣ୍ଡ ବାହାରେ, ସେହି କାଣ୍ଡର ଅଗରେ ଫୁଲ ଧରେ। ଧଳା ଓ ନାଲି ଭେଦରେ ପିଆଜ ଦୁଇ ପ୍ରକାର—
- ଦେ. ବି. (ଫା. ପ୍ୟାଜ୍; ପିୟାଜ) — ଯଥା—ଶ୍ୱେତ ପଲାଣ୍ଡୁ ଓ ରକ୍ତ ବା ରାଜ ପଲାଣ୍ଡୁ। ବଡ଼ ବଡ଼ ପିଆଜକୁ ଉଲି କହନ୍ତି। ବୈଦ୍ୟକ ମତରେ ଏହା ରସୁଣ ପରି ଗୁଣଯୁକ୍ତ। ଏହା ମଧୁର ରସ, ମଧୁର ବିପାକ , ଅନୁଷ୍ଣ— ବୀର୍ଯ୍ୟ, କଫକାରକ, ନାତିପିତ୍ତଜନକ, କଣ୍ଠଶୋଧକ, ମେଧାଜନକ, ଚକ୍ଷୁର ହିତକର, ରସାୟନ, ମାଂସବର୍ଦ୍ଧକ, ବଳକାରକ, ବୀର୍ଯ୍ୟ— ବର୍ଦ୍ଧକ ଓ ଗୁରୁ—ଦ୍ରବ୍ୟଗୁଣ ଓ ହି. ଶ.
- ଦେ. ବି. (ଫା. ପ୍ୟାଜ୍; ପିୟାଜ) — ପିଆଜ ଭାରତର ସର୍ବତ୍ର କୃଷି କରାଯାଏ। ଏହା ଖାଇଲେ ମୁହଁରୁ ଦୁର୍ଗନ୍ଧ ବାହାରେ। ହିନ୍ଦୁମାନଙ୍କର ଏହା ଖାଇବା ନିଷିଦ୍ଧ। ଏହା ଜୀର୍ଣ୍ଣ ଜ୍ୱର, ଗୁଳ୍ମ, ଅରୁଚି, କାସ, ଶୋଥ, ଆମଦୋଷ, କୁଷ୍ଠ, ଅଗ୍ନି— ମାନ୍ଦ୍ୟ, କୃମି, ବାୟୁ ଓ ଶ୍ୱାସନାଶକ। ଏଥିରୁ ବାହାରିବା ତେଲ ଉତ୍ତେଜକ ଓ ଚେତନାଜନକ। ପିଆଜର ରସକୁ ବିଛା ମାରିବା ସ୍ଥାନରେ ଲଗାଇଲେ ବେଦନା କମିଯାଏ ଓ ଏହାକୁ ଶୁଙ୍ଘାଇଲେ ମୂର୍ଚ୍ଛିତ ଲୋକର ଚେତନା ହୁଏ। ମୃତ୍ତିକା ଭେଦରେ ପିଆଜର ଆକାର ଭିନ୍ନ ଭିନ୍ନ ସ୍ଥାନରେ ବଡ଼ ସାନ ହୁଏ। ]