ପାହାନ୍ତି ତାରା Pāhānti tārā

  • ଦେ. ବି. (ସଂ. ପ୍ରଭାତୀ ତାରା) — ପ୍ରଭାତୀ ତାରା; ରାତି ପ୍ରହରେ ଥାଇଁ ଯେଉଁ ତାରା ପୂର୍ବଦିଗରୁ ଉଇଁ ସକାଳ ହେଲାବେଳକୁ ପୂର୍ବାକାଶରେ ଦେଖା ଯାଉଥାଏ — The morning star; the shining star seen in the eastern sky before dawn
  • ଦେ. ବି. (ସଂ. ପ୍ରଭାତୀ ତାରା) — [ଦ୍ର—ଏହା ଗୋଟିଏ ନୁହେଁ, ବର୍ଷର ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ଗ୍ରହ ଯଥା—ମଙ୍ଗଳ, ବୃହସ୍ପତି, ଶୁକ୍ର ଓ ଶନି ପାହାନ୍ତିଆ ସମୟରେ ପୂର୍ବଦିଗରୁ ଉଅଁନ୍ତି—କିନ୍ତୁ ସମସ୍ତଙ୍କ ମଧ୍ୟରେ ଶୁକ୍ର ଉଜ୍ଜ୍ୱଳତମ ଓ ତା ପରେ ବୃହସ୍ପତି। ଏମାନେ ଗତି କରୁ କରୁ ଯେତେବେଳେ ପ୍ରଭାତ ପୂର୍ବରୁ ପୂର୍ବଆଡ଼େ ଦେଖାଯାଆନ୍ତି ତାଙ୍କୁ ପାହାନ୍ତିଆ ତାରା ବୋଲାଯାଏ ଓ ରାତି ପହରକ ପର୍ଯ୍ୟନ୍ତ ପଶ୍ଚିମଆଡ଼େ ଦେଖାଯାନ୍ତି ତାଙ୍କୁ ପହରିକିଆ ବା ସନ୍ଧ୍ୟା ତାରା କହନ୍ତି। ସମୟେ ସମୟେ ପୁନର୍ବସୁ ନକ୍ଷତ୍ରରେ ଥିବା ପ୍ରଶ୍ୱା ନକ୍ଷତ୍ର — (dogstar—ଯାହା ନକ୍ଷତ୍ରମାନଙ୍କ ମଧ୍ୟରେ ଉଜ୍ଜ୍ୱଳତମ) ସନ୍ଧ୍ୟା ପରେ ବା ଭୋର ପୂର୍ବରୁ ପଶ୍ଚିମାକାଶରେ ବା ପୂର୍ବାକାଶରେ ଦେଖାଗଲେ ତାକୁ ମଧ୍ୟ ଲୋକେ ପ୍ରଭାତୀ ତାରା ଓ ସନ୍ଧ୍ୟା ତାରା କହନ୍ତି ]
  • ଦେ. ବି. (ସଂ. ପ୍ରଭାତୀ ତାରା) — ଶୁକ୍ର ଗ୍ରହ — The venus