ପାଷାଣଭେଦୀ Pāshāṇabhedī

  • ସଂ. ବି. (ଏହା ପର୍ବତରୁ ଜନ୍ମୁଥିବାରୁ) — ରୁକୁଣୀହାତ ପୋଛା ଗୁଳ୍ମ; ତୁଳସ୍ୟାଦି ବର୍ଗର ସୁବାସଯୁକ୍ତ ଶାକ ଗୁଳ୍ମବିଶେଷ — Colenus Aromaticus; Irissp
  • ସଂ. ବି. (ଏହା ପର୍ବତରୁ ଜନ୍ମୁଥିବାରୁ) — [ଦ୍ର—ଏହା ତୁଳସ୍ୟାଦିବର୍ଗର ଶାକ ଗୁଳ୍ମ; ପତ୍ର ସୁଗନ୍ଧ, ମାଂସଳ, ଭାଙ୍ଗିଲେ ମସ ମସ ହୁଏ। ପତ୍ରର ଧାର ଦନ୍ତୁର; ଏହାର ପତ୍ର ବାଟି ପିଇଲେ ପେଟ ବିଗିଡ଼ିଥିଲେ ଭଲ ହୋଇଯାଏ। ]
  • ସଂ. ବି. (ଏହା ପର୍ବତରୁ ଜନ୍ମୁଥିବାରୁ) — ଲଟାଳିଆ ଅପୁଷ୍ପକ କ୍ଷୁଦ୍ର ଶାକ ବିଶେଷ; ହିମସାଗର; ହେମସାଗର — Colinus Ambonicus; Kalucho Laciniata; Selaginella Irissp
  • ସଂ. ବି. (ଏହା ପର୍ବତରୁ ଜନ୍ମୁଥିବାରୁ) — [ଦ୍ର—ଏହା ଦୀର୍ଘାୟୁଃ ଓ ଗଛ ସିଧା; ପତ୍ର ମୋଟା ଓ ମାଂସଳ ଏବଂ ପକ୍ଷାକାରରେ କର୍ତ୍ତିତ; ଫୁଲ ଛୋଟ ଓ ହଳଦିଆ; ଏହା ଶୀତବୀର୍ଯ୍ୟ, ତିକ୍ତ କଷାୟରସ; ବସ୍ତିଶୋଧକ ଓ ଭେଦକ; ତ୍ରିଦୋଷ, ଅର୍ଶ, ଗୁଳ୍ମ, ମୂତ୍ରକୃଚ୍ଛ୍ର ଅଶ୍ମରୀ, ହୃଦ୍ରୋଗ; ଯୋନିରୋଗ, ପ୍ରମେହ, ପ୍ଳୀହା, ଶୂଳ ଓ ବ୍ରଣ ନିବାରକ।]
  • ଦେ. ବି — ପୁରୁଣାକୋଠା ଓ ଦେଉଳର ପଥର, ଇଟା ସନ୍ଧି ଓ ଅବ୍ୟବହୃତ କୂଅ ଓ ବାମ୍ଫିମାନଙ୍କ ନନ୍ଦ ଓ ପଥର ସନ୍ଧିରେ ଉଠିବା ଶାଖା ପୂର୍ଣ୍ଣଯୁକ୍ତ କ୍ଷୁଦ୍ର ଗୁଳ୍ମ — Ferns
  • ଦେ. ବି — ପାଷାଣ ଭେଦୀରେ ମଣ୍ଡିତ ତୋରଣ ଶଇବାଳ ସ୍ତରେ ଭିତ୍ତି ସୂଚିକ୍କଣ। ରାଧାନାଥ, ଚିଲିକା।