ପାଶୁପତ ଦର୍ଶନ Pāṡupata darṡana
- ସଂ. ବି — ସାଂପ୍ରଦାୟିକ ହିନ୍ଦୁଦର୍ଶନବିଶେଷ — Name of a Sectarian treatise of Hindu Philosophy
- ସଂ. ବି — [ଦ୍ର—ସର୍ବାର୍ଥଦର୍ଶନ ସଂଗ୍ରହରେ ଏ ଦର୍ଶନର ନାମ ଉଲ୍ଲେଖ ଅଛି। ଏଥିରେ ଜୀବମାତ୍ରଙ୍କୁ 'ପଶୁ' ସଂଜ୍ଞା ଦିଆ ଯାଇଅଛି ଓ ପଶୁପତି ଶିବ ଜଗତର ଓ ଜୀବର ଅଧୀଶ୍ୱର ଥିବାର ଲେଖା ଅଛି। ମୁକ୍ତି ଦୁଇ ପ୍ରକାର ଯଥା—ସର୍ବ ଦୁଃଖର ଅତ୍ୟନ୍ତ ନିବୃତ୍ତି ଓ ପରମୈଶ୍ୱର୍ଯ୍ୟ ପ୍ରାପ୍ତି ବୋଲି ଏଥିରେ ଲେଖା ଅଛି। ଅନ୍ୟ ଦର୍ଶନମାନଙ୍କରେ ଦୁଃଖର ନିବୃତ୍ତିକୁ ମୁକ୍ତି ବୋଲା ଯାଇଅଛି, କିନ୍ତୁ ପାଶୁପତ ଦର୍ଶନରେ ଦୁଃଖର ନିବୃତ୍ତି ସଙ୍ଗେ ପରମୈଶ୍ୱର୍ଯ୍ୟ ପ୍ରାପ୍ତି ନ ହେଲେ ମୁକ୍ତି ନାହିଁ ବୋଲି ବର୍ଣ୍ଣିତ ହୋଇଅଛି। ଦୃକ୍ଶକ୍ତି ଓ କ୍ରିୟାଶକ୍ତି ପରମୈଶ୍ୱର୍ଯ୍ୟ ପ୍ରାପ୍ତିରୁ ମୁକ୍ତି ପାଇବାର ଦୁଇଟି ଫଳ। କେହି କେହି ଭଗବଦ୍ଦାସତ୍ୱପ୍ରାପ୍ତିକୁ ମୁକ୍ତି କହନ୍ତି। କିନ୍ତୁ ପାଶୁପତ ଦର୍ଶନ ମତରେ ଏହା ମୁକ୍ତି ନୁହେଁ, ବନ୍ଧନ ଆଟେ—ହି. ଶ. ]