ପାଶୀ Pāṡī
- ସଂ. ବିଣ. (ପାଶ+ଇନ୍; 1 ମା. 1 ବ.) — ପାଶାସ୍ତ୍ରଧାରୀ — Armed with a noose
- ସଂ. ବି — ବରୁଣ — The Ocean-god
- ସଂ. ବି — ଯମ — The God of death
- ସଂ. ବି — ବ୍ୟାଧ — A hunter or fowler
- ସଂ. ବି — ଯେଉଁ ବ୍ୟକ୍ତି ଫାଶ ବସାଇ ପଶୁ ପକ୍ଷୀ ଆଦି ଧରେ — A person who catches birds and beasts by setting snares
- ସଂ. ବି — ପ୍ରାଣ ଦଣ୍ଡରେ ଦଣ୍ଡିତ ବ୍ୟକ୍ତିର ଗଳାରେ ଯେଉଁ ହାଡ଼ି ଫାଶ ବସାଏ (ହି. ଶ.) — A public hangman
- ଦେ. ବି. (ସଂ. ପାଶ) — ଫାଶ — Noose
- ଦେ. ବି. (ସଂ. ପାଶ) — ଚିତ୍ତ ଲୁବ୍ଧକ ଲୋଭକୁ ପ୍ରକାଶି ବିସ୍ତାରିତ କରିଣ ବାହୁପାଶୀ। ଭଞ୍ଜ, ପ୍ରେମସୁଧାନିଧି।
- ଦେ. ବିଣ. (ସଂ. ପାର୍ଶ୍ୱବର୍ତ୍ତୀ) — ପାର୍ଶ୍ୱବର୍ତ୍ତୀ; ନିକଟବର୍ତ୍ତୀ — Adjacent
- ଦେ. ବିଣ. (ସଂ. ପାର୍ଶ୍ୱବର୍ତ୍ତୀ) — ବିଦୂରେ ସେ ପାଶୀ ହେଲା ପାଶୀ ନୋହି ଉଭା—ଭଞ୍ଜ, ବୈଦେହୀଶବିଳାସ।