ପାଳବିଣ୍ଡା ମନ୍ତ୍ରୀ Pāḻabiṇḍā mantrī

  • ଦେ. ବି — ଅବିବେଚକ ରାଜାଙ୍କର ନିର୍ବୁଦ୍ଧିଆ ମନ୍ତ୍ରୀ — A foolish minister of a foolish king
  • ଦେ. ବି — [ଦ୍ର—କାହାଣୀରେ ଅଛି 'ଅବୁଝାମଣା ରାଜାକୁ ପାଳବିଣ୍ଡା ମନ୍ତ୍ରୀ'। ଗୋଟିଏ ଅବୁଝା ରାଜା ଥିଲେ। ତାଙ୍କ ପାଖରେ ଗୋଟିଏ ମନ୍ତ୍ରୀ ଥିଲେ। ମନ୍ତ୍ରୀଙ୍କ ମୁହଁ ଖୋଲାଥିଲେ କାଳେ ତାଙ୍କ ମୁହଁରୁ ଫସ୍ ଫାସ୍ ବୁଦ୍ଧି ଗୁଡ଼ାକ ପଦାକୁ ବାହାରିଯିବ, ସେଥିପାଇଁ ମନ୍ତ୍ରୀ ସବୁବେଳେ ମୁହଁରେ ବିଣ୍ଡାଏ ପାଳ ମାରି ରାଜସଭାରେ ବସିଥାଆନ୍ତି। ରାଜା ପରାମର୍ଶ ଚାହିଁଲେ ମୁହଁରୁ ପାଳବିଣ୍ଡାଟା ଓଟାରି ପକାଇ ରାଜାଙ୍କୁ ବୁଦ୍ଧି ବତାଇ ଦିଅନ୍ତି ଓ ପୁଣି ସେହି ପାଳ ବିଣ୍ଡାକୁ ମୁହଁରେ ମାଡ଼ି ଦିଅନ୍ତି। ପାଳବିଣ୍ଡା ମନ୍ତ୍ରୀଙ୍କ ପରାମର୍ଶ ଓ ଅବୁଝାମଣା ରାଜାଙ୍କର ବିଚାରଣା ସମ୍ବନ୍ଧେ ଅନେକ ହାସ୍ୟୋଦ୍ଦୀପକ ଗଳ୍ପ ଅଛି। ଫକୀର ମୋହନ ସେନାପତି ପାଳବିଣ୍ଡା ମନ୍ତ୍ରୀଙ୍କର ଗୋଟିଏ ଗଳ୍ପ ପଦ୍ୟାକାରରେ ଲେଖି ଅଛନ୍ତି।]