ପାଳଧୁଆ Pāḻadhuā
- ଦେ. ବି. (ସଂ. ପାରିଭଦ୍ର) — ଗ୍ରାମ୍ୟ ନାତିଦୀର୍ଘ ବୃକ୍ଷବିଶେଷ — The Indian coral tree; Erythrina Indica; Erythrina Stricta
- ଦେ. ବି. (ସଂ. ପାରିଭଦ୍ର) — [ଦ୍ର—ଏ ଗଛର ନୂତନ ଶାଖାରେ କଳା କଣ୍ଟା ଥାଏ, କାଠ ଧଳା ଓ ହାଲୁକା, ପତ୍ର ତ୍ରିପର୍ଣ୍ଣ, ବସନ୍ତ କାଳରେ ପତ୍ର ଝଡ଼ି ପଡ଼ି ଗଛ ଯାକ ଗାଢ଼ ରକ୍ତବର୍ଣ୍ଣ ଫୁଲରେ ଭରି ଯାଏ। ଏହାର କଢ଼ ତିଅଣ କରା ଯାଏ ଓ ପତ୍ରର ରସ କୃମି ନାଶକ। ବୈଦ୍ୟକ ମତରେ ଏହା ବାୟୁ, କଫ, ଶୋଥ, ମେଦ ଓ କୃମି— ନାଶକ ଓ ଏଥିର ପତ୍ର ପିତ୍ତଜ ରୋଗ ଓ କର୍ଣ୍ଣ ରୋଗ ବିନାଶକ। ପାଳଧୁଆ ଗଛଠାରୁ ଛୋଟ ଆଉ ଏକ ପ୍ରକାର ପାଳଧୁଆକୁ ଚୋରି ପାଳଧୁଆ କହନ୍ତି। ଏହାର ଉଚ୍ଚତା 8।10 ହାତ ଓ ଫୁଲ ପାଳଧୁଆର ରଙ୍ଗ, କିନ୍ତୁ ଗୋଟିଗୋଟିକିଆ।] — [ଦ୍ର—ଏ ଗଛର ନୂତନ ଶାଖାରେ କଳା କଣ୍ଟା ଥାଏ, କାଠ ଧଳା ଓ ହାଲୁକା, ପତ୍ର ତ୍ରିପର୍ଣ୍ଣ, ବସନ୍ତ କାଳରେ ପତ୍ର ଝଡ଼ି ପଡ଼ି ଗଛ ଯାକ ଗାଢ଼ ରକ୍ତବର୍ଣ୍ଣ ଫୁଲରେ ଭରି ଯାଏ ଏହାର କଢ଼ ତିଅଣ କରା ଯାଏ ଓ ପତ୍ରର ରସ କୃମି ନାଶକ ବୈଦ୍ୟକ ମତରେ ଏହା ବାୟୁ, କଫ, ଶୋଥ, ମେଦ ଓ କୃମି— ନାଶକ ଓ ଏଥିର ପତ୍ର ପିତ୍ତଜ ରୋଗ ଓ କର୍ଣ୍ଣ ରୋଗ ବିନାଶକ ପାଳଧୁଆ ଗଛଠାରୁ ଛୋଟ ଆଉ ଏକ ପ୍ରକାର ପାଳଧୁଆକୁ ଚୋରି ପାଳଧୁଆ କହନ୍ତି ଏହାର ଉଚ୍ଚତା810ହାତ ଓ ଫୁଲ ପାଳଧୁଆର ରଙ୍ଗ, କିନ୍ତୁ ଗୋଟିଗୋଟିକିଆ]
- ପ୍ରାଦେ. (ବାଲେଶ୍ୱର)ବି. — ଛୋଟ ଛୋଟ କୋଳିବିଶେଷ — A kind of yellow plum
- ପ୍ରାଦେ. (ବାଲେଶ୍ୱର)ବି. — [ଦ୍ର—ଏହାର ରଙ୍ଗ ହଳଦିଆ।]