ପାଲୀ Palī

  • ଦେ. ବି. [ପାଲି=ପଂକ୍ତି; ପଲ୍ଲୀ=ଗ୍ରାମ ଅର୍ଥାତ୍ ଗ୍ରାମ୍ୟଲୋକଙ୍କ କଥିତ ଭାଷା, କିମ୍ବା ପାଳାଶ= ମଗଧ ଦେଶ) — ଯେଉଁ ଭାଷାରେ ବୁଦ୍ଧଦେବ ଉପଦେଶ ଦେଉଥିଲେ ଓ ଯହିଁରେ ବୌଦ୍ଧ ଗ୍ରନ୍ଥମାନ ଲିଖିତ ହୋଇଅଛି; ସଂସ୍କୃତର ଗୋଟିଏ ପ୍ରାକୃତ ଭାଷା; ବୌଦ୍ଧମାଗଧୀ ଭାଷା — The Pāli language
  • ଦେ. ବି. [ପାଲି=ପଂକ୍ତି; ପଲ୍ଲୀ=ଗ୍ରାମ ଅର୍ଥାତ୍ ଗ୍ରାମ୍ୟଲୋକଙ୍କ କଥିତ ଭାଷା, କିମ୍ବା ପାଳାଶ= ମଗଧ ଦେଶ) — [ଦ୍ର—ଏହି ଭାଷାରେ ବୌଦ୍ଧମାନଙ୍କ ଧର୍ମଗ୍ରନ୍ଥ ଲିଖିତ ହୋଇଥିଲା। ଭାରତ ବର୍ଷରେ ସଂସ୍କୃତ ଭାଷା — (Classical language)ପଢ଼ାହେଲା ଭଳି ଶ୍ୟାମ, ବ୍ରହ୍ମଦେଶ, ସିଂହଳ ଆଦି ଦେଶମାନଙ୍କରେ ପାଲୀଭାଷା ଅଧୀତ ହେଉଅଛି ବୌଦ୍ଧ ଧର୍ମର ଅଭ୍ୟୁଦୟ କାଳରେ ଏ ଭାଷାର ପ୍ରଚାର ପଶ୍ଚିମରେ ବାହ୍ଲୀକ (ଆଫଗାନ୍ ତୁରସ୍କର ଉତ୍ତର) ଠାରୁ ପୂର୍ବରେ ଶ୍ୟାମ ଦେଶ ପର୍ଯ୍ୟନ୍ତ ଓ ଉତ୍ତର ଭାରତରୁ ଦକ୍ଷିଣରେ ସିଂହଳ ପର୍ଯ୍ୟନ୍ତ ହୋଇଥିଲା ବୁଦ୍ଧ ପାଲୀ ଭାଷାରେ ଧର୍ମ ଉପଦେଶ ଦେଇଥିବାର କଥିତ ଅଛି ବୌଦ୍ଧ ଧର୍ମଗ୍ରନ୍ଥ ଓ ଅଶୋକଙ୍କ ଶିଳା— ଲିପିମାନ ଏହି ଭାଷାରେ ଲିଖିତ ପାଲୀ ଭାଷାର ପୁରାତନ ବ୍ୟାକରଣ କଚ୍ଚାୟନ (କାତ୍ୟାୟନ)ଙ୍କ 'ସୁଗନ୍ଧି କଳ୍ପ' ଏ କାତ୍ୟାୟନଙ୍କୁ କେହି କେହି ଅର୍ଥାତ୍ ଖ୍ରୀ. ପୂ. ଷଷ୍ଠ ଶତାବ୍ଦୀର (ବୁଦ୍ଧଦେବଙ୍କ ପ୍ରତ୍ୟକ୍ଷ ଶିଷ୍ୟ) ଓ କେହି କେହି ଖ୍ରୀ. ପୂର୍ବ300ଶତାବ୍ଦୀର ଲୋକ ବୋଲି କହନ୍ତି କେହି କେହି ବରରୁଚି କବିଙ୍କୁ ଏହି କାତ୍ୟାୟନ ବୋଲି କହନ୍ତି କାତ୍ୟାୟନ ପାଲୀକୁ ମାଗଧୀ ଓ ମୂଳଭାଷା ବୋଲି କହି— ଅଛନ୍ତି କିନ୍ତୁ ଅନେକ ପଣ୍ଡିତ ପାଲୀକୁ ମାଗଧୀ ଠାରୁ ପୃଥକ୍ ବୋଲି କହନ୍ତି କିନ୍ତୁ ପାଲୀଭାଷା ଏକପ୍ରକାର ପ୍ରାଚୀନ ମାଗଧୀଭାଷା ଅଟେ ଏହାକୁ ପ୍ରାଚୀନ ମାଗଧୀ ପ୍ରାକୃତ ବୋଲାଯାଇ ପାରେ ପାଲୀ ଶବ୍ଦର ଉତ୍ପତ୍ତି ସମ୍ବନ୍ଧରେ ମଧ୍ୟ ପଣ୍ଡିତମାନଙ୍କର ମତଭେଦ ଦେଖାଯାଏ କେହି କେହି କହନ୍ତି ଏହା 'ପଲ୍ଲୀ' ବା ପଡ଼ାଗାଁର ପ୍ରଚଳିତ ଭାଷା ଥିଲା କେହି କେହି କହନ୍ତି ଏହା 'ପାଳାଶ' ବା ମଗଧର ଭାଷା କେହି କେହି କହନ୍ତି ଏହା ପଲ୍ଲବୀ ଭାଷା; କେହି କେହି କହନ୍ତି ଏହା ପାଟଳୀ ବା ପ୍ରାଚୀନ ପାଟଣାର ଭାଷା ଥିବାରୁ ଏହି ନାମ ହୋଇଅଛି କିନ୍ତୁ ପାଲୀ ଶବ୍ଦ ସଂ. ପାଳି (ପଂକ୍ତି)ରୁ ବାହାରି ଥିବାର ଅନୁମାନ ଯୁକ୍ତିଯୁକ୍ତ ବୋଧ ହେଉଅଛି ବୌଦ୍ଧ ଧର୍ମର ପ୍ରାଚୀନ ହୀନଯାନ ଶାଖାର ସମସ୍ତ ଧର୍ମଗ୍ରନ୍ଥ ପାଲୀ ଭାଷାରେ ଲିଖିତ, କିନ୍ତୁ ନବ ମହାଯାନ ଶାଖାର ସମସ୍ତ ଗ୍ରନ୍ଥମାନ ପରେ ସଂସ୍କୃତରେ ଲିଖିତ ହୋଇଅଛି—ହି. ଶ]
  • ଦେ. ବି. [ପାଲି=ପଂକ୍ତି; ପଲ୍ଲୀ=ଗ୍ରାମ ଅର୍ଥାତ୍ ଗ୍ରାମ୍ୟଲୋକଙ୍କ କଥିତ ଭାଷା, କିମ୍ବା ପାଳାଶ= ମଗଧ ଦେଶ) — (ପଞ୍ଚାଳୀ, ସଂ. ଶାରିଫଳ) ପଶାଖେଳର ବା ଶତରଞ୍ଜ ଖେଳର ଘରାମାନ ଚିତ୍ର ହୋଇଥିବା କନାର ଚତୁଷ୍କ — A chequered cloth board for playing the game of dice; diceboard
  • ଦେ. ବି. [ପାଲି=ପଂକ୍ତି; ପଲ୍ଲୀ=ଗ୍ରାମ ଅର୍ଥାତ୍ ଗ୍ରାମ୍ୟଲୋକଙ୍କ କଥିତ ଭାଷା, କିମ୍ବା ପାଳାଶ= ମଗଧ ଦେଶ) — ହେମ ପଶାସାର ପଲ୍ଲବ ପାଲିରେ ପଚାଇବା ରୀତି ଶିଖାଇଲୁ। କବିସୂର୍ଯ୍ୟ. ସଂଗୀତ।
  • ଦେ. ବି. [ପାଲି=ପଂକ୍ତି; ପଲ୍ଲୀ=ଗ୍ରାମ ଅର୍ଥାତ୍ ଗ୍ରାମ୍ୟଲୋକଙ୍କ କଥିତ ଭାଷା, କିମ୍ବା ପାଳାଶ= ମଗଧ ଦେଶ) — ସ୍ତ୍ରୀମାନଙ୍କ ନାମ — Name given to females
  • ପ୍ରାଦେ. (ସମ୍ବଲପୁର) ବି. (ସଂ. ପଲ୍ଲି) — ଗ୍ରାମର ପଡ଼ା — Part or quarter of a village
  • ପ୍ରାଦେ. (ସମ୍ବଲପୁର) ବି. (ସଂ. ପଲ୍ଲି) — ପଡ଼ାଗାଁ — Hamlet
  • ପ୍ରାଦେ. (ସମ୍ବଲପୁର) ବି. (ସଂ. ପଲ୍ଲି) — (ଯଥା—ବରପାଲି)