ପାଲା Pālā

  • ଦେ. ବି (ସଂ. ପଞ୍ଚାଳୀ ବା ପର୍ଯ୍ୟାୟ; ସଂ. ପାଳି=ଓଡ଼ିଆ ପାଳି=ବଂ. ପାଲା=ପର୍ଯ୍ୟାୟ ବା କ୍ରମ) —. 14 ଅକ୍ଷରିଆ ପଞ୍ଚାଳି ଛାନ୍ଦର ବଙ୍ଗଳା ପାଁଚାଲି ଗୀତ ଅନୁକରଣରେ ରଚିତ ଦେବତାଙ୍କର (ବିଶେଷତଃ ସତ୍ୟପୀର ବା ସତ୍ୟନାରାୟଣ ଗୋସାଇଁଙ୍କର ମାହାତ୍ମ୍ୟ ବର୍ଣ୍ଣନାତ୍ମକ ଧର୍ମ ସଙ୍ଗୀତ (ସାଧାରଣତଃ ଏହାକୁ ପୂଜା ବୋଲାଯାଏ।) — 4ଅକ୍ଷରିଆ ପଞ୍ଚାଳି ଛାନ୍ଦର ବଙ୍ଗଳା ପାଁଚାଲି ଗୀତ ଅନୁକରଣରେ ରଚିତ ଦେବତାଙ୍କର (ବିଶେଷତଃ ସତ୍ୟପୀର ବା ସତ୍ୟନାରାୟଣ ଗୋସାଇଁଙ୍କର ମାହାତ୍ମ୍ୟ ବର୍ଣ୍ଣନାତ୍ମକ ଧର୍ମ ସଙ୍ଗୀତ (ସାଧାରଣତଃ ଏହାକୁ ପୂଜା ବୋଲାଯାଏ)—Religious song composed in lines of 4 letters dealing with Mythological lore (and especially of Satya Narayana) corresponding to the old mystery plays of Europe
  • ଦେ. ବି (ସଂ. ପଞ୍ଚାଳୀ ବା ପର୍ଯ୍ୟାୟ; ସଂ. ପାଳି=ଓଡ଼ିଆ ପାଳି=ବଂ. ପାଲା=ପର୍ଯ୍ୟାୟ ବା କ୍ରମ) —. [ଦ୍ର—ପାଲା ଆମଦେଶକୁ ବଙ୍ଗ ଦେଶରୁ ଆସିଅଛି। ଏହା ବଙ୍ଗୀୟ କବି 'କବିକର୍ଣ୍ଣ'ଙ୍କର ରଚିତ 14 ଅକ୍ଷରିଆ ଛାନ୍ଦ। ମୁସଲ— ମାନଙ୍କର ପୂଜ୍ୟ 'ପୀର' ଙ୍କୁ ହିନ୍ଦୁମାନେ 'ସତ୍ୟପୀର' ବା ସ୍କନ୍ଦପୁରାଣୋକ୍ତ 'ସତ୍ୟନାରାୟଣ ରୂପରେ କଳ୍ପନା କରି ଶିରିଣୀ (ଏହା ପ୍ରକୃତରେ ବୁନ୍ଦିଆ କିନ୍ତୁ ଆମ୍ଭେମାନେ ତାକୁ ସ୍କନ୍ଦପୁରାଣୋକ୍ତ ପାଚିଲା କଦଳୀ— ଚକଟା କରିଅଛୁଁ) ଭୋଗ ଲଗାଇ ଇପ୍ସିତ ଫଳ (ଯଥା—ଧନଲାଭ, ସନ୍ତାନ ଲାଭ, ମକଦମା ଡିକ୍ରି, ବେପାରରେ ଉନ୍ନତି, ଚାକିରିଲାଭ ଇତ୍ୟାଦି) ମନାସନ୍ତି ଓ ଫଳ ଘଟିଲେ ସତ୍ୟପୀରଙ୍କୁ ଏକ ପାଲା, ଚାରି ପାଲା, ଆଠ ପାଲା ବା ଷୋଳ ପାଲା ମନାସନ୍ତି। ପାଲା ସବୁ ପ୍ରାଚୀନ ବଙ୍ଗଳା ଭାଷାରେ ରଚିତ। ଭଙ୍ଗଳାଭାଷାନଭିଜ୍ଞ ଓଡ଼ିଆମାନଙ୍କ ପାଟିରେ ମୌଳିକ ବଙ୍ଗରଚନାଯାକ ବିକୃତ ହୋଇ ଉଚ୍ଚାରିତ ହୁଏ। ପାଲାରେ ସତ୍ୟପୀରଙ୍କ କରାମତ୍ ବିଷୟକ ଘଟନାମାନ ବର୍ଣ୍ଣିତ ଥାଏ, (ଯଥା ବିପଦରୁ ଉଦ୍ଧାର ପାଇବା, ରାଜ୍ୟ ଲାଭ, ଡକାଏତଙ୍କ ମୁହଁରୁ ବର୍ତ୍ତିବା, ପୁତ୍ରଲାଭ, ଧନଲାଭ ଆଦି ହେବା, ସତ୍ୟପୀରଙ୍କୁ ନ ମାନିବା ଲୋକର ଅନିଷ୍ଟ ଘଟିବା।)। କେତେକ ପାଲାର ନାମ—ଜନ୍ମପାଲା, କାଠୁରିଆ, ମର୍ଦ୍ଦଗାଜୀ, ରତ୍ନାକର, ବିଦ୍ୟାଧର, ବିଭା, ମନୋହର, ଫାସିଆର, ସଉଦାଗର ପାଲା। — [ଦ୍ର—ପାଲା ଆମଦେଶକୁ ବଙ୍ଗ ଦେଶରୁ ଆସିଅଛି ଏହା ବଙ୍ଗୀୟ କବି 'କବିକର୍ଣ୍ଣ'ଙ୍କର ରଚିତ14ଅକ୍ଷରିଆ ଛାନ୍ଦ ମୁସଲ— ମାନଙ୍କର ପୂଜ୍ୟ 'ପୀର' ଙ୍କୁ ହିନ୍ଦୁମାନେ 'ସତ୍ୟପୀର' ବା ସ୍କନ୍ଦପୁରାଣୋକ୍ତ 'ସତ୍ୟନାରାୟଣ ରୂପରେ କଳ୍ପନା କରି ଶିରିଣୀ (ଏହା ପ୍ରକୃତରେ ବୁନ୍ଦିଆ କିନ୍ତୁ ଆମ୍ଭେମାନେ ତାକୁ ସ୍କନ୍ଦପୁରାଣୋକ୍ତ ପାଚିଲା କଦଳୀ— ଚକଟା କରିଅଛୁଁ) ଭୋଗ ଲଗାଇ ଇପ୍ସିତ ଫଳ (ଯଥା—ଧନଲାଭ, ସନ୍ତାନ ଲାଭ, ମକଦମା ଡିକ୍ରି, ବେପାରରେ ଉନ୍ନତି, ଚାକିରିଲାଭ ଇତ୍ୟାଦି) ମନାସନ୍ତି ଓ ଫଳ ଘଟିଲେ ସତ୍ୟପୀରଙ୍କୁ ଏକ ପାଲା, ଚାରି ପାଲା, ଆଠ ପାଲା ବା ଷୋଳ ପାଲା ମନାସନ୍ତି ପାଲା ସବୁ ପ୍ରାଚୀନ ବଙ୍ଗଳା ଭାଷାରେ ରଚିତ ଭଙ୍ଗଳାଭାଷାନଭିଜ୍ଞ ଓଡ଼ିଆମାନଙ୍କ ପାଟିରେ ମୌଳିକ ବଙ୍ଗରଚନାଯାକ ବିକୃତ ହୋଇ ଉଚ୍ଚାରିତ ହୁଏ ପାଲାରେ ସତ୍ୟପୀରଙ୍କ କରାମତ୍ ବିଷୟକ ଘଟନାମାନ ବର୍ଣ୍ଣିତ ଥାଏ, (ଯଥା ବିପଦରୁ ଉଦ୍ଧାର ପାଇବା, ରାଜ୍ୟ ଲାଭ, ଡକାଏତଙ୍କ ମୁହଁରୁ ବର୍ତ୍ତିବା, ପୁତ୍ରଲାଭ, ଧନଲାଭ ଆଦି ହେବା, ସତ୍ୟପୀରଙ୍କୁ ନ ମାନିବା ଲୋକର ଅନିଷ୍ଟ ଘଟିବା) କେତେକ ପାଲାର ନାମ—ଜନ୍ମପାଲା, କାଠୁରିଆ, ମର୍ଦ୍ଦଗାଜୀ, ରତ୍ନାକର, ବିଦ୍ୟାଧର, ବିଭା, ମନୋହର, ଫାସିଆର, ସଉଦାଗର ପାଲା
  • ଦେ. ବି (ସଂ. ପଞ୍ଚାଳୀ ବା ପର୍ଯ୍ୟାୟ; ସଂ. ପାଳି=ଓଡ଼ିଆ ପାଳି=ବଂ. ପାଲା=ପର୍ଯ୍ୟାୟ ବା କ୍ରମ) —. ଗୋଟିଏ ଆସନ (ପୀଢ଼ା ବା ଚଉକୀ) ମଝିରେ 'ସତ୍ୟନାରାୟଣ' ବା 'ସତ୍ୟପୀର'ଙ୍କୁ ସ୍ଥାପନା କରି ଓ ଚାରିପାଖରେ ଚାରିଦେବତା (ଗଣେଶ,ଶିବ, ସୂର୍ଯ୍ୟ, ଦୁର୍ଗା)ଙ୍କୁ ସ୍ଥାପନା କରି ଚାରି ଦେବତାଙ୍କୁ 'ମୁକାମ' ବା ଭୋଗ ସ୍ୱରୂପ ଚାରି ଜାଗାରେ ଅଳ୍ପ ଅଳ୍ପ ଭୋଗ ବଢ଼ା— ଯାଏ ଓ ମଝିରେ ଥିବା ନାରାୟଣ ବା ସତ୍ୟପୀରଙ୍କ ପାଇଁ 'ଶିରିଣୀ' ଭୋଗ ବଢ଼ାଯାଇ ହିନ୍ଦୁ ଶାସ୍ତ୍ରବିହିତ ମନ୍ତ୍ରଦ୍ୱାରା ଭୋଗ କରି ସାରିଲା ପରେ ପାଲା ବୋଲାଯାଏ। ପୋଥିରୁ ପଢ଼ି ପାଲା ବୋଲିଲେ ତାକୁ 'ପୋଥିପୂଜା' ବା 'ପୋଥିପାଲା' ବୋଲାଯାଏ ଓ ନୃତ୍ୟ ବାଦ୍ୟାଦିସହ ପାଲା ବୋଲିଲେ ତାକୁ 'ଠିଆପାଲା' ବା 'ଠିଆ ପୂଜା' ବୋଲାଯାଏ। ଯେଉଁମାନେ ପାଲା ବୋଲନ୍ତି ବା ନାଚନ୍ତି ତାଙ୍କୁ 'ପାଲାବାଲା' ବା ପୂଜାବାଲା ବୋଲାଯାଏ। ମଧ୍ୟେ ମଧ୍ୟେ ପ୍ରସଙ୍ଗ କ୍ରମେ ଚଉପଦୀ, ଡାହିକା, ଛାନ୍ଦ ଓ ଗୀତ ଆଦି ମଧ୍ୟ ପାଲା ବୋଲା ସମୟରେ ପାଲା— ବାଲାମାନେ ଲଗାନ୍ତି। ପାଲାବାଲାଙ୍କ ଏକାଧିକ ଦଳ ପାଲା ବୋଲାରେ ପ୍ରତିଯୋଗିତା ଦେଖାଇ ଆପଣା ଆପଣା ବିଦ୍ୟା ପରଖ କରିଥାନ୍ତି, ଏହାକୁ 'ଯାଉଁଳିପାଲା' ବା 'ଲଢ଼େଇ ପାଲା' ବା 'ବାଦୀପାଲା' ବୋଲାଯାଏ। ପାଲାବାଲାଙ୍କ ଦଳର ନେତାକୁ 'ଗାୟକ' ବୋଲାଯାଏ। ଗାୟକ ଡାହାଣ ହାତରେ ଗିନି ଧରି ଓ କାଖରେ ଚଅଁର ଜାକି ପାଲାର ପଦମାନ ବୋଲେ ଓ ତାହାର ସଙ୍ଗୀମାନେ ପାଳି ଧରନ୍ତି, ଅର୍ଥାତ୍ ଗାୟକ ବୋଲିବା ପଦକୁ ପୁନରାବୃତ୍ତି କରନ୍ତି। ଏମାନଙ୍କୁ 'ପାଳିଆ' ବୋଲାଯାଏ। ଗାୟକ ସଙ୍ଗେ ଯେଉଁ ଲୋକ ମୃଦଙ୍ଗ ବଜାଏ ତାକୁ ବାୟକ କହନ୍ତି। ଗାୟକ ଗୀତ ବୋଲେ ଓ ତା ସଙ୍ଗେ ବାୟକ ବାଦ୍ୟ ବଜାଏ। 'ଶିରପାଳିଆ' ବା ଡାହାଣ ପାଳିଆ ଗାୟକକୁ ଗୀତବୋଲାରେ ସାହାଯ୍ୟ କରୁଥାଏ। ଆଉ ଦୁଇ ତିନି ଜଣ ପାଳି ଧରିବା ଲୋକ ଝାଞ୍ଜ ବଜାଇ ଗାୟକର ଗୀତର ପାଳି ବା ଘୋଷାକୁ ଆବୃତ୍ତି କରନ୍ତି। ଏମାନେ 'ପାଳିଆ'। ପୂଜାଦଳ ନାନା— ପ୍ରକାର ଭଙ୍ଗୀ ଓ ଅଳଙ୍କାରରେ ରଚିତ ମେଷ ଯୁଦ୍ଧ, ସିଂହାବଲୋକନ, ବ୍ୟାଘ୍ରଗତି, ମଣ୍ଡୁକପ୍ଳୁତ, ଯମକ, ଛାନ୍ଦ, ଗୀତ, ଶ୍ଳୋକ, ଚଉପଦୀ, ଢଗମାଳୀ ଆଦି ବୋଲନ୍ତି। ଲଢ଼େଇ ପାଲାରେ ବିପକ୍ଷଦଳମାନେ ବ୍ୟଙ୍ଗୋକ୍ତି ଓ ପରିହାସୋକ୍ତି ସୂଚକ ଗୀତ ଓ 'ଦାୟିକା' ବା 'ଡାଏକା' ବୋଲାବୋଲି ହୋଇ କାଳ୍ପନିକ ଚଅଁର ଡିହ ମରାମରି ହୁଅନ୍ତି। ଠିଆ ପାଲା କରିବା ପାଲାବାଲାମାନେ ନାନାପ୍ରକାର ବେଶରେ ସଜ୍ଜିତ ହୋଇ ଥାଆନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଜଣେ ଖୁବ୍ ପାଣ୍ଡିତ୍ୟ ଓ ଆଶୁ ରଚନା ଶକ୍ତି ଦେଖାଇ ଦର୍ଶକମାନଙ୍କୁ ମୋହିତ କରନ୍ତି।
  • ଦେ. ବି (ସଂ. ପଞ୍ଚାଳୀ ବା ପର୍ଯ୍ୟାୟ; ସଂ. ପାଳି=ଓଡ଼ିଆ ପାଳି=ବଂ. ପାଲା=ପର୍ଯ୍ୟାୟ ବା କ୍ରମ) —. ଧର୍ମ ସଙ୍ଗୀତ ସହ ନୃତ୍ୟ ଗୀତାଦି — Religious songs accompanied with music and dance
  • ଦେ. ବି (ସଂ. ପଞ୍ଚାଳୀ ବା ପର୍ଯ୍ୟାୟ; ସଂ. ପାଳି=ଓଡ଼ିଆ ପାଳି=ବଂ. ପାଲା=ପର୍ଯ୍ୟାୟ ବା କ୍ରମ) —. ସତ୍ୟପୀର ବା ସତ୍ୟନାରାୟଣଦେବଙ୍କ ପୂଜା — The ceremony of worshipping Satyanārāyaṇa Deity
  • ଦେ. ବି (ସଂ. ପଞ୍ଚାଳୀ ବା ପର୍ଯ୍ୟାୟ; ସଂ. ପାଳି=ଓଡ଼ିଆ ପାଳି=ବଂ. ପାଲା=ପର୍ଯ୍ୟାୟ ବା କ୍ରମ) —. (ଲକ୍ଷଣାର୍ଥ) ଉଚ୍ଚୈଃଶ୍ୱରରେ କଳି କଜିଆ — (figurative) Loud quarrelling