ପାଲାବାଲା Pālābālā

  • ଦେ. ବି — ପାଲା ବୋଲିବା ଗାୟକ ବା ନର୍ତ୍ତକ — The actor or singer of Pālā songs
  • ଦେ. ବି — [ଦ୍ର—ଏକଦଳ ପାଲାବାଲା 5 କିମ୍ବା 6 ଜଣ ଅଟନ୍ତି। ଏମାନେ ପୁଣି ଦୁଇଟି ଦଳରେ ବିଭକ୍ତ ହୋଇ ପାଲା ବୋଲନ୍ତି। — [ଦ୍ର—ଏକଦଳ ପାଲାବାଲା5କିମ୍ବା6ଜଣ ଅଟନ୍ତି ଏମାନେ ପୁଣି ଦୁଇଟି ଦଳରେ ବିଭକ୍ତ ହୋଇ ପାଲା ବୋଲନ୍ତି
  • ଦେ. ବି — — 1ମ ଦଳ—1. ଗାୟକ (ଏହାଙ୍କଠାରେ ଚଅଁର ଓ ମନ୍ଦିରା ଥାଏ),2ବାୟକ (ମୃଦଙ୍ଗ ବଜାଇବାବାଲା),3. ଶିର ପାଳିଆ, ଶ୍ରୀପାଳିଆ ବା ଡାହାଣ ପାଳିଆ (ଏ ହାତରେ ଝାଞ୍ଜ ଧରିଥାଏ; ପାଳି ଦେଲା ବେଳେ ବଜାଏ, କିନ୍ତୁ ଗାୟକ ବୋଲିବା ବେଳେ ବଜାଏ ନାହିଁ; ଗାୟକ ସଙ୍ଗେ କେବଳ ଗୀତ ବୋଲେ
  • ଦେ. ବି — — 2ୟ ଦଳ (ଯେ ଗାୟକର ବୋଲିବା ଗୀତର ପାଳି ଧରନ୍ତି ବା ଘୋଷାକୁ ଆବୃତ୍ତି କରନ୍ତି
  • ଦେ. ବି — ଦ୍ୱିତୀୟ ଦଳରେ 1 . ପାଳିଆ 2 . ପାଳିଆ, 3 . ପାଳିଆ; ଏ ଦୁଇ ଜଣ ବା ତିନି ଜଣ ଝାଞ୍ଜ ଧରିଥାଆନ୍ତି ଓ ପାଳି ଧରିଲାବେଳେ ବଜାନ୍ତି। ଗାୟକ ଗୀତ ବୋଲେ, ବାୟକ ମୃଦଙ୍ଗ ବଜାଏ ଓ ଶ୍ରୀପାଳିଆ ମଧ୍ୟ ଗାୟକ ସଙ୍ଗେ ବେଳେ ବେଳେ ବୋଲେ। 2 ୟ ଦଳ ପାଳି ଧରନ୍ତି। ଗାୟକମାନଙ୍କ ମଧ୍ୟରେ ଜଣେ ଜଣେ ପଣ୍ଡିତ ଓ ଆଶୁ କବି ଥାଆନ୍ତି। ଗାୟକ ଗୀତ ବୋଲିବା ବେଳେ ଓ ପାଳିଆ ପାଳି ଧରିବା ବେଳେ ବାୟକ ମୃଦଙ୍ଗ ବଜାଏ, ଶିରିପାଳିଆ ଗାୟକ ସଙ୍ଗେ ଗୀତ ବୋଲେ, କିନ୍ତୁ ପାଳିଆଙ୍କ ସଙ୍ଗେ ଝାଞ୍ଜ ବଜାଏ। ଗାୟକର ଅନୁପସ୍ଥିତି ବା ଅକ୍ଷମ ଅବସ୍ଥାରେ ଶିରିପାଳିଆ ପାଲାରେ ଗାୟକର କାର୍ଯ୍ୟ କରେ।] — ଦ୍ୱିତୀୟ ଦଳରେ1. ପାଳିଆ2. ପାଳିଆ,3. ପାଳିଆ; ଏ ଦୁଇ ଜଣ ବା ତିନି ଜଣ ଝାଞ୍ଜ ଧରିଥାଆନ୍ତି ଓ ପାଳି ଧରିଲାବେଳେ ବଜାନ୍ତି ଗାୟକ ଗୀତ ବୋଲେ, ବାୟକ ମୃଦଙ୍ଗ ବଜାଏ ଓ ଶ୍ରୀପାଳିଆ ମଧ୍ୟ ଗାୟକ ସଙ୍ଗେ ବେଳେ ବେଳେ ବୋଲେ2ୟ ଦଳ ପାଳି ଧରନ୍ତି ଗାୟକମାନଙ୍କ ମଧ୍ୟରେ ଜଣେ ଜଣେ ପଣ୍ଡିତ ଓ ଆଶୁ କବି ଥାଆନ୍ତି ଗାୟକ ଗୀତ ବୋଲିବା ବେଳେ ଓ ପାଳିଆ ପାଳି ଧରିବା ବେଳେ ବାୟକ ମୃଦଙ୍ଗ ବଜାଏ, ଶିରିପାଳିଆ ଗାୟକ ସଙ୍ଗେ ଗୀତ ବୋଲେ, କିନ୍ତୁ ପାଳିଆଙ୍କ ସଙ୍ଗେ ଝାଞ୍ଜ ବଜାଏ ଗାୟକର ଅନୁପସ୍ଥିତି ବା ଅକ୍ଷମ ଅବସ୍ଥାରେ ଶିରିପାଳିଆ ପାଲାରେ ଗାୟକର କାର୍ଯ୍ୟ କରେ]