ପାଲଟା Pālaṭā
- ଦେ. ବି—(ସଂ. ପର୍ଯ୍ୟସ୍ତ; ପ୍ରା. ପଲ୍ଲଟ=ଓଲଟ ପାଲଟ) — ବଦଳ — Exchange
- ଦେ. ବି—(ସଂ. ପର୍ଯ୍ୟସ୍ତ; ପ୍ରା. ପଲ୍ଲଟ=ଓଲଟ ପାଲଟ) — ତୁମ୍ଭେ ଦେହ ଦିଅ ପାଲଟ ମୋତେ କରି। କୃଷ୍ଣସିଂହ, ମହାଭାରତ, ଆଦି।
- ଦେ. ବି—(ସଂ. ପର୍ଯ୍ୟସ୍ତ; ପ୍ରା. ପଲ୍ଲଟ=ଓଲଟ ପାଲଟ) — ବିପରୀତ ବା ଅସଙ୍ଗତ ଘଟଣା — Discrepant matters or events
- ଦେ. ବି—(ସଂ. ପର୍ଯ୍ୟସ୍ତ; ପ୍ରା. ପଲ୍ଲଟ=ଓଲଟ ପାଲଟ) — ଏ ରୂପେ ଯେବେ ସକଳ ପାଲଟ ମନମଥ ପେଶିଥିଲା କି ଥାଟ—କବିସୂର୍ଯ୍ୟ, କବିତା।
- ଦେ. ବି—(ସଂ. ପର୍ଯ୍ୟସ୍ତ; ପ୍ରା. ପଲ୍ଲଟ=ଓଲଟ ପାଲଟ) — ବିପର୍ଯ୍ୟସ୍ତ କରିବା କର୍ମ — The act of inverting
- ଦେ. ବି—(ସଂ. ପର୍ଯ୍ୟସ୍ତ; ପ୍ରା. ପଲ୍ଲଟ=ଓଲଟ ପାଲଟ) — ମାଙ୍କଡ଼ଚିତି — Somersault
- ଦେ. ବିଣ — ବଦଳ ହୋଇଥିବା — Exchanged
- ଦେ. ବିଣ — ବକ୍ର; ଆଡ଼ — Sidelong
- ଦେ. ବିଣ — ପିନ୍ଧିଲା ପରେ ଯେଉଁ ବସ୍ତ୍ର ଛଡ଼ା ହୋଇଥାଏ — Put off (cloth)
- ଦେ. ବିଣ — ଆବେ ପାଲଟା ଶାଢ଼ି ଚୋର—ଭୂପତି, ପ୍ରେମପଞ୍ଚାମୃତ।
- ଦେ. ବିଣ — ବିପର୍ଯ୍ୟସ୍ତ — Inverted; turned upside down