ପାରିପାର୍ଶ୍ୱିକ Pāripārṡwika

  • ସଂ. ବିଣ. (ପାରିପାର୍ଶ୍ୱ+ଇକ) — ଚତୁର୍ଦ୍ଦିଗ୍ବର୍ତ୍ତୀ — Surrounding; concomitant
  • ସଂ. ବିଣ. (ପାରିପାର୍ଶ୍ୱ+ଇକ) — ପାର୍ଶ୍ୱବର୍ତ୍ତୀ — Situate on the side
  • ସଂ. ବି. ପୁଂ — ପାରିଷଦ — Courtier
  • ସଂ. ବି. ପୁଂ — ପାର୍ଶ୍ୱଚର; ପାଖଲୋକ; ଭୃତ୍ୟ; ଚାକର — Attendant; servant
  • ସଂ. ବି. ପୁଂ — ସହଚର — Companion
  • ସଂ. ବି. ପୁଂ — (ନଟ୍ୟଶାସ୍ତ୍ର) ସୂତାଧାରର ସହଚର ନଟ — An assistant to the head actor
  • ସଂ. ବି. ପୁଂ — ଉପଗ୍ରହ; ଗ୍ରହର ଚାରିପାଖେ ପରିଭ୍ରମଣ କରୁଥିବା କ୍ଷୁଦ୍ର ଗ୍ରହ— (ଯେପରି ଚନ୍ଦ୍ର ପୃଥିବୀର ପାରିପାର୍ଶ୍ୱିକ।) — A satellite of a planet