ପାରସୀ Pārasī

  • ଦେ. ବି. (ସଂ. ପାରସିକ) — ଏକ ପ୍ରକାର ଧର୍ମ — Name of a religious faith
  • ଦେ. ବି. (ସଂ. ପାରସିକ) — [ଦ୍ର—ଏ ଧର୍ମ ପାରସ୍ୟ ରାଜ୍ୟରେ ଜୋରୋଆଷ୍ଟର — (Zoroaster)ବା ଜରଥସ୍ରଙ୍କ ଦ୍ୱାରା ଖ୍ରୀ. ପୂ.6ଷ୍ଠ ଶତାବ୍ଦୀରେ ପ୍ରବର୍ତ୍ତିତ ହୋଇଥିଲା ବକ୍ତ୍ରିୟାର ରାଜା ବିସ୍ତସ୍ପଙ୍କୁ ଜୋରୋଆଷ୍ଟର (ଫା. ଜରଥୁସ୍, ଜରତୁସ୍ତ) ଏ ନୂତନ ଧର୍ମରେ ଦୀକ୍ଷିତ କରିଥିଲେ ଜୋରୋଆଷ୍ଟର୍77ବର୍ଷ ବୟସରେ ମୃତ ହେଲେ ଆରବ- ମାନେ651ଖ୍ରୀଷ୍ଟାବ୍ଦରେ ପାରସ୍ୟ ରାଜ୍ୟ ଧ୍ୱଂସ କରି ଏ ଧର୍ମା— ବଲମ୍ବୀମାନଙ୍କୁ ମୁସଲ୍ମାନ ଧର୍ମରେ ଦୀକ୍ଷିତ କରିବାକୁ ଚେଷ୍ଟା କରିବାରୁ ଏମାନେ ଖୋରାସାନକୁ ପଳାଇ ଗଲେ ଓ ସେଠାରୁ ବୋମ୍ବାଇର90ମାଇଲ ଉତ୍ତର ଗୁଜୁରାଟର ସଞ୍ଜନ ନାମକ ସ୍ଥାନରେ785ଖ୍ରୀଷ୍ଟାବ୍ଦରେ ବସତି ସ୍ଥାପନ କଲେ ଏମାନେ ସ୍ଥାନୀୟ ଭାଷା ଓ ରୀତି ନୀତି ଗ୍ରହଣ କରିବାକୁ ରାଜି ହେବାରୁ ଏଠାର ସ୍ଥାନୀୟ ହିନ୍ଦୁ ରାଜା ଏମାନଙ୍କୁ ବମ୍ବେଇ ନିକଟରେ ବାସ କରି ରହିବାକୁ ଅନୁମତି ଦେଲେ ଏମାନେ ପାରସ୍ୟରୁ ଆସିଥିବାରୁ ଏମାନଙ୍କ ନାମ ପାରସୀ ହେଲା ଭାରତରେ ଏମାନଙ୍କର ସଂଖ୍ୟା ପ୍ରାୟ1ଲକ୍ଷ ହେବ ଓ ଏମାନେ ବମ୍ବେ ପ୍ରଦେଶର ଅଧିବାସୀ ଏମାନେ ହିଁ ଭାରତରେ ପ୍ରଥମେ ଇଂରାଜୀ ସଭ୍ୟତା ଓ ଶିକ୍ଷା ଗ୍ରହଣ କରିଥିଲେ ଏମାନଙ୍କ ଧର୍ମ ଏକେଶ୍ୱରବାଦ; ମନ୍ଦ ଓ ଭଲ ମଧ୍ୟରେ ସର୍ବଦା ଯୁଦ୍ଧ ଲାଗିଛି; ଶେଷରେ ମନ୍ଦ ହାରିବ ଓ ଭଲ ଜିତିବ; ଭଲ ଓ ମନ୍ଦ ଏକ ଈଶ୍ୱର (ଆହୁରା ମଜଦା)ଙ୍କ ସୃଷ୍ଟି ଏମାନଙ୍କର ଧର୍ମ ଏହି କି—ପ୍ରତ୍ୟେକ ପାରସି 'ଆଶା' ପଥରେ ବିଚରଣ କରିବେ; ପ୍ରତ୍ୟେକ ବ୍ୟକ୍ତି ଉତ୍ତମ କାର୍ଯ୍ୟ ଓ ଉତ୍ତମ ଚିନ୍ତା କରିବେ ଓ ଉତ୍ତମ ବାକ୍ୟ କହିବେ ବୈଦିକ ସ୍ତବ ଓ ଏମାନଙ୍କ ସ୍ତବ ମଧ୍ୟରେ ଐକ୍ୟ ଦେଖାଯାଏ ହିନ୍ଦୁମାନଙ୍କ ପରି ଏମାନଙ୍କର ଉପନୟନ (ନଉଯୋତ୍) ସଂସ୍କାର ଅଛି ପ୍ରତ୍ୟେକ ପାରସୀ ବାଳକ ଓ ବାଳିକା ଏ ସଂସ୍କାର ଲାଭ କରି ଖଣ୍ଡିଏ କୁର୍ତ୍ତା, ଖଣ୍ଡିଏ ମେଖଳା ଓ ଖଣ୍ଡିଏ ମଖମଲ ଟୋପି ପିନ୍ଧନ୍ତି ପାରସୀମାନଙ୍କ ବିବାହ ବେଳେ ବିବାହ ମନ୍ତ୍ର ପହ୍ଲବୀ ଭାଷାରେ ଓ ସଂସ୍କୃତରେ3ଥର ଉଚ୍ଚାରିତ ହୁଏ
  • ଦେ. ବି. (ସଂ. ପାରସିକ) — ପ୍ରାଣ ଛାଡ଼ିଗଲେ ଦେହ (ଶବ) ଅପବିତ୍ର ବୋଲି ଜ୍ଞାନ କରା ଯାଏ। ମୃତ ଶବକୁ ଖରାରେ ପକାଇ ଦେବାର ବିଧି ଅଛି; ଏଥିପାଇଁ ମେଲା ଥିବା ଘର — (Tower of Slience)ନିର୍ମିତ ହେଇଥାଏ ଏଥିରେ ପକାଯିବା ଶବକୁ ଶାଗୁଣାମାନେ ଉପରୁ ଉଡ଼ି ଆସି ଖାଆନ୍ତି ଏମାନେ ମୃତାହ ଶ୍ରାଦ୍ଧ ପାଳନ କରନ୍ତି ମୃତ୍ୟୁର ଚତୁର୍ଥ ଦିନ ପ୍ରେତାତ୍ମାର ମୋକ୍ଷ କାମନାରେ ନାନାପ୍ରକାର ଉତ୍ସବ ହୁଏ ଏମାନଙ୍କ ମତରେ ଅଗ୍ନି ବିଶୁଦ୍ଧ ପଦାର୍ଥ, ତେଣୁ ତହିଁରେ ଶବଦାହ କରିବା ଅନୁଚିତ ମନେ କରି ଏମାନେ ତହିଁରେ ଶବଦାହ କରନ୍ତି ନାହିଁ ଏମାନଙ୍କର ଧର୍ମମନ୍ଦିରରେ ଅହର୍ନିଶ ଅଗ୍ନି ପ୍ରଜ୍ୱଳିତ ହେଉଥାଏ ଏମାନେ ଅଗ୍ନି ଉପାସକ]
  • ଦେ. ବି. (ସଂ. ପାରସିକ) — ବହୁ ପୁରୁଷ ପୂର୍ବେ ପାରସ୍ୟ ଦେଶରୁ ଆସି ଭାରତର ପଶ୍ଚିମ ଉପକୂଳରେ ଉପନିବେଶ ସ୍ଥାପନ କରିଥିବା ଜାତିବିଶେଷ — The parsees; a fire-worshipping nation of western India who originally migrated from Persia
  • ଦେ. ବି. (ସଂ. ପାରସିକ) — [ଦ୍ର—ଏମାନେ ସୂର୍ଯ୍ୟ ଓ ଅଗ୍ନିକୁ ପୂଜା କରନ୍ତି। ଏମାନଙ୍କର ଶାସ୍ତ୍ର ଜେଣ୍ଡାବେସ୍ତା; — Zendavesta(ଜଂଦ୍ ଅବସ୍ତା)1921ସାଲର ସେନ୍ସସ୍ ଅନୁସାରେ ସମଗ୍ର ପୃଥିବୀରେ ପାରଶୀମାନଙ୍କ ସଂଖ୍ୟା5ଲକ୍ଷ ଅଟେ ଏମାନଙ୍କ ଶାସ୍ତ୍ର ପାହ୍ଲବୀ ଭାଷାରେ ଲିଖିତ]
  • ଦେ. ବି. (ସଂ. ପାରସିକ) — ପାରସ୍ୟ ଦେଶୀୟ ବ୍ୟକ୍ତି — A Persian
  • ସଂ. ବି—(ପାରଶ+ଈ) — ଫାରସୀ ଭାଷା — The Persian language (Apte)
  • ଦେ. ବିଣ — ପାରସ୍ୟ ଦେଶୀୟ — Persian
  • ଦେ. ବିଣ — (ଯଥା—ପାରଶୀ ଭାଷା।)