ପାରତ Pārata

  • ସଂ. ବି. (ନାମ) — ଏକ ପ୍ରାଚୀନ ଦେଶ ଓ ତହିଁର ଅଧିବାସୀ ମ୍ଳେଚ୍ଛ ଜାତିର ନାମ (ହି. ଶବ୍ଦସାଗର) — Parthia; name of an ancient country and its mlechha people
  • ସଂ. ବି. (ନାମ) — [ଦ୍ର—ଏହା କାସ୍ପିୟାନ୍ ହ୍ରଦର ଦକ୍ଷିଣସ୍ଥିତ ପାହାଡ଼ର ଅପର ପାର୍ଶ୍ୱରେ ଥିବା ପାରସ୍ୟଦେଶର ଗୋଟିଏ ପ୍ରଦେଶ। ପାରସ୍ୟଦେଶ ବହୁକାଳଯାଏ ଏଠା ଅଧିବାସୀମାନଙ୍କ ଅଧୀନ ଥିଲା। ମନୁସଂହିତା, ମହାଭରତ ଓ ବୃହତ୍ସଂହିତାରେ ଏ ଦେଶର ଓ ଏ ଜାତିର ଉଲ୍ଲେଖ ଅଛି। ପ୍ରାଚୀନ ଶୀଳାଲେଖରେ 'ପାର୍ଥବ' ଶବ୍ଦର ଉଲ୍ଲେଖ ମିଳେ। କେହି କେହି 'ପହ୍ଲବ' ଶବ୍ଦକୁ ପାର୍ଥବର ଅପଭ୍ରଂଶ ବୋଲି କହନ୍ତି। କିନ୍ତୁ ସଂସ୍କୃତ ସାହିତ୍ୟରେ ପାରତ ବା ପାରଦ ଓ ପହ୍ଲବ ଦୁଇ ପୃଥକ୍ ଜାତି ଥିବାର ଉଲ୍ଲେଖ ଅଛି। ହି. ଶ.]