ପାପ Pāpa
- ସଂ. ବି. (ପା ଧାତୁ=ରକ୍ଷା କରିବା+ ଅପାଦାନେ, ପ; ମନୁଷ୍ୟ ଯାହା ଠାରୁ ଆପଣାକୁ ସର୍ବଦା ରକ୍ଷା କରେ) — ପାତକ; ଅଧର୍ମ — Sin
- ସଂ. ବି. (ପା ଧାତୁ=ରକ୍ଷା କରିବା+ ଅପାଦାନେ, ପ; ମନୁଷ୍ୟ ଯାହା ଠାରୁ ଆପଣାକୁ ସର୍ବଦା ରକ୍ଷା କରେ) — ଦୁଷ୍କୃତି; ମନ୍ଦକର୍ମ — Guilt; villainy; depravity
- ସଂ. ବି. (ପା ଧାତୁ=ରକ୍ଷା କରିବା+ ଅପାଦାନେ, ପ; ମନୁଷ୍ୟ ଯାହା ଠାରୁ ଆପଣାକୁ ସର୍ବଦା ରକ୍ଷା କରେ) — ଅପରାଧ — Offence; crime
- ସଂ. ବି. (ପା ଧାତୁ=ରକ୍ଷା କରିବା+ ଅପାଦାନେ, ପ; ମନୁଷ୍ୟ ଯାହା ଠାରୁ ଆପଣାକୁ ସର୍ବଦା ରକ୍ଷା କରେ) — ଅନିଷ୍ଟ — Evil; injury
- ସଂ. ବି. (ପା ଧାତୁ=ରକ୍ଷା କରିବା+ ଅପାଦାନେ, ପ; ମନୁଷ୍ୟ ଯାହା ଠାରୁ ଆପଣାକୁ ସର୍ବଦା ରକ୍ଷା କରେ) — ଅମଙ୍ଗଳ; ଆପଦ, ଦୁର୍ଭାଗ୍ୟ — Calamity; misfortune
- ସଂ. ବି. (ପା ଧାତୁ=ରକ୍ଷା କରିବା+ ଅପାଦାନେ, ପ; ମନୁଷ୍ୟ ଯାହା ଠାରୁ ଆପଣାକୁ ସର୍ବଦା ରକ୍ଷା କରେ) — ବଧ; ହତ୍ୟା (ହି. ଶ.) — Murder; slaughter
- ସଂ. ବି. (ପା ଧାତୁ=ରକ୍ଷା କରିବା+ ଅପାଦାନେ, ପ; ମନୁଷ୍ୟ ଯାହା ଠାରୁ ଆପଣାକୁ ସର୍ବଦା ରକ୍ଷା କରେ) — [ଦ୍ର—ଯେଉଁ କର୍ମର ଫଳ ଇହଲୋକରେ ଓ ପରଲୋକରେ ଅଶୁଭ, ଯେଉଁ କର୍ମ ପରିଣାମରେ କର୍ତ୍ତାର ଅମଙ୍ଗଳକର, ଯାହା ବ୍ୟକ୍ତିବିଶେଷର ବା ସମାଜର ଅନିଷ୍ଟ ଘଟାଏ, ଯାହା ନୀତିଶାସ୍ତ୍ର ଓ ଧର୍ମଶାସ୍ତ୍ରରେ ନିନ୍ଦିତ ତାହାକୁ ପାପ ବୋଲାଯାଏ। ପାପର ଫଳରେ କର୍ତ୍ତାର ଇହକାଳରେ ଦୁଃଖଭୋଗ ଓ ନିନ୍ଦା ଓ ପରକାଳରେ ନରକଭୋଗ ହୁଏ। ଧର୍ମଶାସ୍ତ୍ରରେ ନିଷିଦ୍ଧ କର୍ମ କରିବା ଓ ବିହିତ କର୍ମ ନ କରିବା ପାପ। ପାପର ସଂସର୍ଗକାରୀ ମଧ୍ୟ ପାପଭାଗୀ ହୁଏ। ପ୍ରାୟଶ୍ଚିତ୍ତ, ଅନୁତାପ ଓ ଦଣ୍ଡଭୋଗଦ୍ୱାରା ପାପର କ୍ଷୟ ହୁଏ। ଇହକାଳରେ ଯାହାର ପାପକ୍ଷୟ ହୋଇ ନ ଥାଏ, ମୃତ୍ୟୁ ପରେ ସେ ପାପର ଫଳରେ ନରକ ଭୋଗ କରେ ବା ନୀଚଯୋନିରେ ଜନ୍ମ ଲଭି ଜନ୍ମାନ୍ତରରେ ଦୁଃଖ ଭୋଗ କରେ। ମନୁରେ ଅଛି ଯେ, ପାପ ପ୍ରକାଶ ଓ ଅନୁତାପଦ୍ୱାରା ପାପ କ୍ଷୟ ହୁଏ।]
- ସଂ. ବିଣ.—(ପାପ+ଅସ୍ତ୍ୟର୍ଥେ. ଅ) — ପାପୀ; ପାପିଷ୍ଠ — Sinning
- ସଂ. ବିଣ.—(ପାପ+ଅସ୍ତ୍ୟର୍ଥେ. ଅ) — ଦଇବେ ତୁମ୍ଭ ସଙ୍ଗେ ଆସିଛି ସେ ପାପ, ମୋ ବାହୁଯୁଦ୍ଧରେ ତା ନାମ ହେବ ଲୋପ—କୃଷ୍ଣସିଂହ, ମହାଭାରତ, ବନ।
- ସଂ. ବିଣ.—(ପାପ+ଅସ୍ତ୍ୟର୍ଥେ. ଅ) — ପାପଜନକ — Sinful
- ସଂ. ବିଣ.—(ପାପ+ଅସ୍ତ୍ୟର୍ଥେ. ଅ) — ଅନିଷ୍ଟକର — Injurious; deleterious
- ସଂ. ବିଣ.—(ପାପ+ଅସ୍ତ୍ୟର୍ଥେ. ଅ) — ଦୁଷ୍ଟ; କ୍ରୂର; ଖଳ — Wicked