ପାନଅଇଡ଼ Pāna aiṟḍ̠a

  • ଦେ. ବି. — ଏକପ୍ରକାର ଔଷଧି ଲତା; ନାଗଦଅଣା — A kind of medicinal creeper
  • ଦେ. ବି. — [ଦ୍ର—ଏହା ଶୁକ୍ଳ ଓ କୃଷ୍ଣ ଭେଦରେ ଦୁଇ ପ୍ରକାର। କୃଷ୍ଣ ଅପେକ୍ଷା ଶୁକ୍ଳ ପାନ ଅଇଡ଼ଗଛ ଗୁଣରେ ଶ୍ରେଷ୍ଠ। (ଦ୍ରବ୍ୟଗୁଣ କଳ୍ପଦ୍ରୁମ)। ଏହାର ଚେର ସାପକାମୁଡ଼ା ଓ ବିଛା ନାହୁଡ଼ ମାରିବା ସ୍ଥାନରେ ଲେପ ଦିଆଯାଏ ଓ ଖାଇବାକୁ ଦିଆଯାଏ। ସ୍ତ୍ରୀମାନଙ୍କ ମାସିକ ଋତୁସ୍ରାବକୁ ନିର୍ଦ୍ଦୋଷ କରିବା ପାଇଁ ଏହାର ମୂଳ ବ୍ୟବହୃତ ହୁଏ। ହଇଜା ଓ ଅତିସାର ରୋଗରେ ଗୋଲମରିଚ ସଙ୍ଗେ ଏହାର ମୂଳକୁ ବାଟି ଖାଇଲେ ବହୁ ଉପକାର ହୁଏ। ଏ ପତ୍ରର ରସ ସାମାନ୍ୟ ମାଦକ, ଛେଲି ପେଟ ବେମାରୀରେ ଉପକାରୀ। ଏହାର ମୂଳ, ପତ୍ରର ରସ ତିକ୍ତ ଓ ଉଷ୍ଣ। ଏହା ସେବନ କଲେ ବାତ, ସର୍ପ ଓ ବୃଶ୍ଚିକବିଷ, ଶ୍ୱେତକୁଷ୍ଠ, ଗ୍ରହଣୀ, ବିସର୍ପ, ଜ୍ୱର, ଦଦ୍ରୁ ଓ ବ୍ରଣରୋଗ ନିବାରିତ ହୁଏ। ଏହାର ମୂଳର କ୍ୱାଥ, ଅଜୀର୍ଣ୍ଣ— ବିରେଚନ, ରଜୋରୋଧ, ଆଘାତଜନିତ ବେଦନା, ଉଦରରୋଗ ଓ ଏକାହିକ ଜ୍ୱର ହରଣ କରେ। ଏଥିର ମୂଳ ଘୋରି ଆଖିରେ ଲଗାଇଲେ ଆଲୁଅ, ବ୍ରଣ ଭଲ ହୁଏ। ଏହା ଗର୍ଭସ୍ରାବକ— ବ୍ରଜବନ୍ଧୁ—ଦ୍ରବ୍ୟଗୁଣ କଳ୍ପଦ୍ରୁମ।]