ପାତି ଦେବା Pāti debā
- ଦେ. କ୍ରି—(ସଂ. ପତ୍ ଧାତୁ ଣିଚ୍ ପାତି ଧାତୁ) — (ବିଛଣା) ପକାଇବା; ବିସ୍ତୃତ କରିବା — To spread out
- ଦେ. କ୍ରି—(ସଂ. ପତ୍ ଧାତୁ ଣିଚ୍ ପାତି ଧାତୁ) — ଗୁନ୍ଥି ଫୁଲ ମାଳୀ ମାଳୀ ପ୍ରାୟେ ପାତି ତୂଳି ତୂଳିକେ ଚିତ୍ର ଲେଖିବି ଭାଳି ଭାଳି—ଭଞ୍ଜ, ପ୍ରେମସୁଧାନିଧି।
- ଦେ. କ୍ରି—(ସଂ. ପତ୍ ଧାତୁ ଣିଚ୍ ପାତି ଧାତୁ) — (ଫାନ୍ଦ, ଗୋଡ଼ ପ୍ରଭୃତି) ଭୂମିରେ ଲମ୍ବାଇବା; ପତାଇବା — To lay out
- ଦେ. କ୍ରି—(ସଂ. ପତ୍ ଧାତୁ ଣିଚ୍ ପାତି ଧାତୁ) — ସତ୍ୟବାନ ଶୋଇବାବେଳରେ ମୁଣ୍ଡକୁ ପାତିଦେଲେ ନେଇ ସେ ଆପଣା ଜଙ୍ଘକୁ—କୃଷ୍ଣସିଂହ, ମହାଭାରତ, ବନ।
- ଦେ. କ୍ରି—(ସଂ. ପତ୍ ଧାତୁ ଣିଚ୍ ପାତି ଧାତୁ) — (ହାତ, କାନ) ଟେକିକରି ଦେଖାଇବା; ପ୍ରସାରିତ କରିବା — To extend (hand, ear)
- ଦେ. କ୍ରି—(ସଂ. ପତ୍ ଧାତୁ ଣିଚ୍ ପାତି ଧାତୁ) — (ଗଣ୍ଠି) ରଚନା କରିବା; ପକାଇବା — to make (knot)
- ଦେ. କ୍ରି—(ସଂ. ପତ୍ ଧାତୁ ଣିଚ୍ ପାତି ଧାତୁ) — (କାନ) ଡେରିବା; ଶୁଣିବାପାଇଁ କାନକୁ ନୁଆଁଇବା — To lower or direct one's ears to listen
- ଦେ. କ୍ରି—(ସଂ. ପତ୍ ଧାତୁ ଣିଚ୍ ପାତି ଧାତୁ) — ତାହା ଶୁଣି ସମ୍ପାତି କର୍ଣ୍ଣ ବେନି ପାତି କରିଗଲେ ଶୋକ ଅଗ୍ନିରେ ଅତି ତାତି—କୃଷ୍ଣସିଂହ, ମହାଭାରତ, ବନ।
- ଦେ. କ୍ରି—(ସଂ. ପତ୍ ଧାତୁ ଣିଚ୍ ପାତି ଧାତୁ) — (ପାତ୍ର ପ୍ରଭୃତି) ଟେକିକରି ଦେଖାଇବା — To show by holding up (a cup)
- ଦେ. କ୍ରି—(ସଂ. ପତ୍ ଧାତୁ ଣିଚ୍ ପାତି ଧାତୁ) — ତହିଁ କି ସଇରିନ୍ଧ୍ରୀ ସୁନା ପାତ୍ର ପାତି ସେ ରକତଯାକ ସେ ଧଇଲେ ଝଟତି—କୃଷ୍ଣସିଂହ, ମହାଭାରତ, ବିରାଟ।
- ଦେ. କ୍ରି—(ସଂ. ପତ୍ ଧାତୁ ଣିଚ୍ ପାତି ଧାତୁ) — ନିରୂପଣ କରିବା — To ascertain; to take for granted
- ଦେ. କ୍ରି—(ସଂ. ପତ୍ ଧାତୁ ଣିଚ୍ ପାତି ଧାତୁ) — ରଜଗୁଣରୁ ଛ ଧାନ ଆଣିଲା ଛ ଏ ଆଦି ଭୂତ ବୋଲି ପାତିଲା—ପ୍ରାଚୀ, ପରଚେଗୀତା।