ପାତାଳ ଗରୁଡ଼ Pātāḻa garuṟḍ̠a
- ଦେ. ବି — ଔଷଧ ଲତାବିଶେଷ — A medicinal creeper, Cocculus Villosus; Cogenaria Vulgaris
- ଦେ. ବି — [ଦ୍ର—ଏହା ପୂର୍ବ ଉପଦ୍ୱୀପ ଛଡ଼ା ସମସ୍ତ ଭାରତ ଓ ଲଙ୍କାରେ ଜନ୍ମେ। ଏହା ଛୋଟ ଝାମ୍ପୁଡ଼ିଆ ଗୁଳ୍ମ, ଶାଖାଗୁଡ଼ିକ ଲମ୍ବା ଓ ପତ୍ରଦ୍ୱାରା ଘନ ଭାବରେ ଆଚ୍ଛାଦିତ। ପତ୍ରର ରସରେ ପାଣି ମିଶାଇଲେ ଏକ ପ୍ରକାର ନୀଳ ରସରେ ପରିଣତ ହୁଏ। ଏହି ରସ ଚିନି ସହିତ ମେହରୋଗର ଔଷଧ ରୂପେ ବ୍ୟବହୃତ ହୁଏ। ଏହାର ଚେର ଓ ପତ୍ର ମଧ୍ୟ ଔଷଧ ରୂପେ ବ୍ୟବହୃତ ହୁଏ। — (Kirtikar)
- ଦେ. ବି — ଏହାର ପତ୍ର ମଧୁର, ରୁଚିକର, ଶୁକ୍ରବର୍ଦ୍ଧକ, କଫ, ପିତ୍ତ ଓ ଦାହ— ନାଶକ।]
- ଦେ. ବି — ଗଦବିଶେଷ; ସର୍ପବିଷନାଶକ ଚେର — A kind of sweet smelling root which is an antidote against snake-bite
- ଦେ. ବି — ଦକ୍ଷିଣ ଆମେରିକାରୁ ଏ ଦେଶକୁ ଅଣା ଯାଇ ଲଗାଯାଇଥିବାର ତରୁବିଶେଷ — Ranwolfia Serpentina (Haines)
- ଦେ. ବି — [ଦ୍ର—ଏହା ଖଡ଼ାଗଛ ପରି ଡେଙ୍ଗା ଗୁଳ୍ମ। ଏହା 3/4 ହାତ ବଢ଼େ। ଏହାର ପତ୍ର ଓ ଚେର ବାଟି ଖୁଆଇଲେ ସର୍ପଦଷ୍ଟ ରୋଗୀ ଭଲ ହୁଏ। ଏଥିର ପ୍ରତି ଗଣ୍ଠିରେ 3/4 ଟା ପତ୍ର ବଳୟାକାରରେ ଥାଏ। ଫୁଲ ଧଳା ଓ ଭିତର ନୀଳରକ୍ତ, ବହିରାବରଣ ନାଲି, ଫଳ କଳା ଓ ଜୋଡ଼ା ଜୋଡ଼ା।] — [ଦ୍ର—ଏହା ଖଡ଼ାଗଛ ପରି ଡେଙ୍ଗା ଗୁଳ୍ମ ଏହା3/4ହାତ ବଢ଼େ ଏହାର ପତ୍ର ଓ ଚେର ବାଟି ଖୁଆଇଲେ ସର୍ପଦଷ୍ଟ ରୋଗୀ ଭଲ ହୁଏ ଏଥିର ପ୍ରତି ଗଣ୍ଠିରେ3/4ଟା ପତ୍ର ବଳୟାକାରରେ ଥାଏ ଫୁଲ ଧଳା ଓ ଭିତର ନୀଳରକ୍ତ, ବହିରାବରଣ ନାଲି, ଫଳ କଳା ଓ ଜୋଡ଼ା ଜୋଡ଼ା]