ପାଣିମରିବା Pāṇimaribā
- ଦେ. ବି — କୌଣସି ଅଙ୍ଗରୁ ଶକ୍ତି କମ୍ ହେବା; ଅଙ୍ଗ ଅବଶ ହେବା; କ୍ଳାନ୍ତି — The loss of energy of a limb; weariness
- ଦେ. ବି — (ଯଥା—ପହରେ କାଳ ଠିଆ ହୋଇ ମୋ ଗୋଡ଼ରୁ ପାଣି ମଲାଣି।)
- ଦେ. ବି — ଚକ୍ଷୁର ଦୃଷ୍ଟିଶକ୍ତି ଅବଶ ହେବା — The tiring of the eyesight
- ଦେ. ବି — (ଯଥା—ତିନି ଦିନ ହେଲା ତାଙ୍କ ଆସିବାକୁ ଚାହିଁ ଚାହିଁ ଆଖିରୁ ପାଣି ମଲାଣି।)
- ଦେ. ବି — ସଙ୍ଗମ ଶକ୍ତି ଲୋପ ହେବା — Loss of sexual vigour
- ଦେ. ବି — ଉତ୍ତାପଦ୍ୱାରା କୌଣସି ବସ୍ତୁ ନିର୍ଜଳ ହେବା — The evaporation of water from a thing