ପାଣି ମାରିବା Pāṇi māribā

  • ଦେ. କ୍ରି — ଅଗ୍ନିଆଦିର ଉତ୍ତାପଦ୍ୱାରା କୌଣସି ପଦାର୍ଥର ଜଳୀୟ ଅଂଶକୁ ନିଃଶେଷ କରିବା — To dry up water from a thing by applying heat
  • ଦେ. କ୍ରି — (ଅଶ୍ଳୀଳ) ଅତିରିକ୍ତ ମୈଥୁନଦ୍ୱାରା ସ୍ତ୍ରୀଲୋକର କଣ୍ଡୁ ପ୍ରଶମନ କରିବା — (indecent) To assuage the sexual hankering of a woman by intercourse
  • ଦେ. କ୍ରି — ଆଖି; ମୁଣ୍ଡ ବା ଅଙ୍ଗରେ ପାଣିର ଛିଟିକା ମାରିବା — To splash water on the head or face of a person
  • ଦେ. କ୍ରି — ନିଆମି ନାନୀ, ଦିହରେ ମାରୁଛି ଗୋବର ପାଣି। ଢଗ।
  • ଦେ. କ୍ରି — (ଲକ୍ଷଣାର୍ଥ) ଦୁଷ୍ଟ ବା ଅଶିଷ୍ଟ ବ୍ୟକ୍ତିକୁ ଦମନ କରିବା — (figurative) To punish a wicked or uncivil person
  • ଦେ. କ୍ରି — ବେଇଜ୍ଜତ କରିବା — To humiliate a person