ପାଣି ପାଇବା Pāṇi pāibā
- ଦେ. କ୍ରି — ମୃତ୍ୟୁ ପରେ ପୁତ୍ରାଦିଙ୍କଠାରୁ ତର୍ପଣ ପ୍ରଭୃତି ପାଇବା — To receive oblations of water from one's descendants after death
- ଦେ. କ୍ରି — ଯେବେ ପାଣି ପାଇବା ଆଶା ମନେ ଅଛି ତେବେ ତୁନୀ ହୁଅ ହେ ଅମ୍ବିକାଙ୍କ ବତ୍ସି। କୃଷ୍ଣସିଂହ. ମହାଭାରତ. ଶଲ୍ୟ।
- ଦେ. କ୍ରି — କ୍ଷେତ୍ର ପାଇଁ ବା ବ୍ୟବହାର ପାଇଁ ଯଥେଷ୍ଟ ଜଳ ପ୍ରାପ୍ତ ହେବା — To get sufficient water for any field or for drinking etc
- ଦେ. କ୍ରି — (ଯଥା—ଏ ବର୍ଷ ବର୍ଷା ଅଭାବରୁ ଗ୍ରାମବାସୀମାନେ ପାଣିପାଇଲେ ନାହିଁ।)
- ଦେ. କ୍ରି — ବୃକ୍ଷ ଆଦି ବଞ୍ଚିବା ପାଇଁ ଜଳ ପ୍ରାପ୍ତ ହେବା — To be watered (said of trees and plants)
- ଦେ. କ୍ରି — (ଯଥା—ପାଣି ନ ପାଇବାରୁ ମୋ ବାଇଗଣ ଗଛଯାକ ମରିଗଲା।)
- ଦେ. କ୍ରି — [ଦ୍ର—ହିନ୍ଦୀରେ 'ପାନୀପାନା' ଶବ୍ଦର ଅର୍ଥ (ସ୍ତ୍ରୀ) ସନ୍ତାନ ପ୍ରସବ କରିବା।]