ପାଣି ଦବା Pāṇi dabā
- ଦେ. କ୍ରି — (ବୃକ୍ଷ ଆଦିର ମୂଳରେ) ଜଳ ଢାଳିବା — To water plants
- ଦେ. କ୍ରି — ଆମ୍ବ ଗଛରେ ପାଣି ଦଉଁ ଦଉଁ ଶିମ୍ବ ଗଛ ମଲା। ଶିଶୁଗୀତ।
- ଦେ. କ୍ରି — ଲୁହାକୁ ଦୃଢ଼ କରିବା ସକାଶେ ତାତିଲା ଲୁହାକୁ ଜଳରେ ବୁଡ଼ାଇବା — To immerse hot iron in water to temper it
- ଦେ. କ୍ରି — ପାଣି ଦେଉଥିଲୁ ଶାଣିଲା ବାଣକୁ ବାନ୍ଧବି ବିନ୍ଧିବୁ କାହିଁ। ଭଞ୍ଜ. ଲାବଣ୍ୟବତୀ।
- ଦେ. କ୍ରି — (ତର୍ପଣାଦିରେ) ପିତୃ ଲୋକଙ୍କୁ ତର୍ପଣ କରିବା — To offer libations of water to the spirits of one's deceased ancestors
- ଦେ. କ୍ରି — ତୁମ୍ଭେ ଯେଉଁମାନଙ୍କୁ ଦେବ ବାବୁ ପାଣି ସେହିତ ତାଙ୍କୁ ପାଣି ଦେଉଛନ୍ତି ପୁଣି। କୃଷ୍ଣସିଂହ. ମହାଭାରତ. ସଭା।
- ଦେ. କ୍ରି — ସ୍ଥାନାନ୍ତରରୁ ଘଟ ଆଦି ଦ୍ୱାରା ଜଳ ବୋହି ଆଣି ଯୋଗାଇବା — To supply water by carrying it from some other place
- ଦେ. କ୍ରି — ତୃଷାତୁରକୁ ଜଳ ପିଇବାକୁ ଦେବା — To give water to a person to drink
- ଦେ. କ୍ରି — (ଘାଆ ଆଦି) ଜଳୀୟରସ ଉଦ୍ଗିରଣ କରିବା — To water; to emit water (said of sore, the eyes or nostrils.)
- ଦେ. କ୍ରି — (ଯଥା—ମୋ ଆଖି 6 ମାସ ହେଲା ପାଣି ଦଉଛି।) — (ଯଥା—ମୋ ଆଖି6ମାସ ହେଲା ପାଣି ଦଉଛି)
- ଦେ. ବି — (ଘାଆ, ଆଖି, ନାକ ଆଦିରୁ) ଜଳସ୍ରାବ ହେବା; ପାଣି ଗଡ଼ିବା — Watering of any sore or the eyes or nostrils
- ଦେ. ବି — (କୋଠା, ଡଙ୍ଗା, ଚାଳ ଆଦିର ଛିଦ୍ର ବାଟେ) ଜଳ ଭେଦି ବାହାରିବା — Oozing of water through leaks; leaking