ପାଣି କେନ୍ଦଡ଼ି Pāṇi kendaṟḍ̠i

  • ଦେ. ବି—(ପାନୀୟ+ସଂ କନ୍ଦଳୀ; ସଂ ନାମ ଜଳଜକନ୍ଦ, କନ୍ଦଳୀ) — ଜଳଜ ଶାକବିଶେଷ। କନ୍ଦଳୀ 1 (ଦେଖ) — ଜଳଜ ଶାକବିଶେଷ କନ୍ଦଳୀ1(ଦେଖ)— Ottelia Alismoides, an aquatic plant
  • ଦେ. ବି—(ପାନୀୟ+ସଂ କନ୍ଦଳୀ; ସଂ ନାମ ଜଳଜକନ୍ଦ, କନ୍ଦଳୀ) — [ଦ୍ର—ପୋଖରୀ ଆଦିର କୂଳ ଓ ବିଲ, ଖାଲ ପ୍ରଭୃତିର ଅଳ୍ପ ଜଳ ଥିବା ସ୍ଥାନରେ ଏହା ଜନ୍ମେ। ବର୍ଷା— ଋତୁ ଆରମ୍ଭରେ ଗଛ ଉଠେ। ମୂଳରୁ ଡେମ୍ଫଲଗା ପକ୍ଷ ଆକାର ପତ୍ର ବାହାରେ। ଫୁଲ ଧାତୁରା ଫୁଲପରି ଧଳା ଓ ତ୍ରିଦଳ। ତାହାର ମୂଳ ପାଖେ ନାଡ଼ରେ କଦଳୀ ପରି ଗୋଟିଏ ଫଳ ଧରେ। ତାକୁ ବାଟି ବାତ ଫୁଲାରେ ବୋଳିଲେ ଫୁଲା ଓ ଦରଜ କମିଯାଏ।]
  • ଦେ. ବି—(ପାନୀୟ+ସଂ କନ୍ଦଳୀ; ସଂ ନାମ ଜଳଜକନ୍ଦ, କନ୍ଦଳୀ) — ସେ ରଜ ସଂସ୍ପର୍ଶେ କିବା ଶୋଭାବନ ଦିଶଇ ପାଣି କେନ୍ଦୁଡ଼ି— ନନ୍ଦକିଶୋର. ଶର୍ମିଷ୍ଠା।