ପାଣି ଅଛୁଆଁ ଜାତି Pāṇi achhuāñ jāti

  • ଦେ. ବି (ସଂ. ପାନୀୟ+ଅସ୍ପୃଶ୍ୟ+ଜାତି) — ଯେଉଁ ନୀଚ ଶୂଦ୍ର ଜାତିଙ୍କ ସ୍ପୃଷ୍ଟ ଜଳ ବ୍ରାହ୍ମଣାଦି ଉଚ୍ଚ ଜାତିଙ୍କ ଅସ୍ପୃଶ୍ୟ — Some low caste Ṡūdras, the water touched by whom is not to be used by Brāhmaṇas and other high castes
  • ଦେ. ବି (ସଂ. ପାନୀୟ+ଅସ୍ପୃଶ୍ୟ+ଜାତି) — [ଦ୍ର— ଅତି ନୀଚ ଜାତିଙ୍କୁ ଉଚ୍ଚ ବର୍ଣ୍ଣର ହିନ୍ଦୁମାନେ (ଯଥା— ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ) ଛୁଅନ୍ତି ନାହିଁ। ସେମାନେ ଅସ୍ପୃଶ୍ୟ ବା ଅଛୁଆଁ ଜାତି। ଯଥା— ପାଣ, କଣ୍ତରା, ହାଡ଼ି, ବାଉରି, ଡମ, ଚମାର; ଏମାନଙ୍କୁ ଛୁଇଁଲେ ସ୍ନାନ କରିବାକୁ ହୁଏ। ସେମାନଙ୍କ ଅପେକ୍ଷା ଉଚ୍ଚତର ଶୂଦ୍ର ଜାତିଙ୍କୁ ଉଚ୍ଚ ବର୍ଣ୍ଣର ହିନ୍ଦୁମାନେ ଛୁଇଁ ପାରନ୍ତି, କିନ୍ତୁ ସେମାନଙ୍କ ସ୍ପୃଷ୍ଟ ଜଳକୁ ପିଅନ୍ତି ନାହିଁ; ଏମାନଙ୍କୁ ପାଣି ଅଛୁଆଁ ଜାତି ବୋଲାଯାଏ। ଯଥା—ତନ୍ତି, କେଉଟ, ଜ୍ୟୋତିଷ ନାୟକ, ତୁଳା— ଭିଣା। ଏମାନଙ୍କ ଅପେକ୍ଷା ଉଚ୍ଚତର ଶୂଦ୍ର ଜାତିଙ୍କୁ ଉଚ୍ଚ ବର୍ଣ୍ଣର ହିନ୍ଦୁ— ମାନେ ଛୁଅନ୍ତି ଓ ଏମାନଙ୍କ ସ୍ପୃଷ୍ଟ ଜଳକୁ ମଧ୍ୟ ବ୍ୟବହାର କରନ୍ତି। ଏମାନଙ୍କୁ ପାଣି ଛୁଆଁ ଜାତି କହନ୍ତି; ଯଥା—ଗଉଡ଼, ଭଣ୍ତାରି, ଚଷା, ଗୁଡ଼ିଆ, କମାର, ବଢ଼େଇ, ପାଟରା, ମାଳି, କଂସାରି। ]