ପାଞ୍ଜି Pān̄ji
- ଦେ. ବି. (ସଂ. ପଞ୍ଜିକା) — ପଞ୍ଜିକା; ଦିନାଦି ପାଞ୍ଜି; ମାସ, ତିଥି, ବାର ନକ୍ଷତ୍ର ଆଦି ଜ୍ଞାପକ ଜ୍ୟୋତିଷ ଗ୍ରନ୍ଥ — Almanac; calendar
- ଦେ. ବି. (ସଂ. ପଞ୍ଜିକା) — ତାଳପତ୍ରରେ ଲିଖିତ ହିସାବ — Accounts written on palm-leaf
- ଦେ. ବି. (ସଂ. ପଞ୍ଜିକା) — ମଲା ଜୀଇଁଥିଲା ବାଛୁରୀ ଗାଈରାଜି ରଖିଲେ ଲେଖି ତା କରଣେ ପାଞ୍ଜିବୁଝି। କୃଷ୍ଣସିଂହ, ମହାଭାରତ, ବନ।
- ଦେ. ବି. (ସଂ. ପଞ୍ଜିକା) — ହିସାବ ଲେଖା ହୋଇଥିବା ତାଳପତ୍ର — Palm-leaves on which accounts are written
- ଦେ. ବି. (ସଂ. ପଞ୍ଜିକା) — [ଦ୍ର—ଯେଉଁ ତାଳପତ୍ରମାନଙ୍କରେ ହିସାବ ଲେଖାଯାଏ ତାହା ଗ୍ରନ୍ଥ ଲେଖାଯିବା ତାଳପତ୍ରମାନଙ୍କ ଅପେକ୍ଷା ବେଶି ଲମ୍ବା। ଗ୍ରନ୍ଥ ଲେଖାଯିବା ତାଳପତ୍ରମାନ ଫାଳ ଫାଳ କରାଯାଇ ପ୍ରତ୍ୟେକ ପୃଷ୍ଠାର ମଝିରେ ଛିଦ୍ର କରାଯାଇ ଛିଦ୍ରମଧ୍ୟରେ ସୂତା ଗଳାଯାଇ ପୃଷ୍ଠାମାନଙ୍କ ସଂଯୋଗରେ 'ପୋଥି' ହୁଏ; କିନ୍ତୁ ହିସାବପତ୍ର ଲେଖାଯିବା ତାଳପତ୍ର— ମାନ ଗୋଟା ଗୋଟା ରଖାଯାଇ ତହିଁର ମୂଳପାଖମାନ ଏକତ୍ର ତାଳପତ୍ରର ମଢୁଆରେ ବନ୍ଧାଯାଏ ଓ ପ୍ରତି ତାଳପତ୍ରର ଅଗପାଖ ଫାଳ କରାଯାଏ। ଓଡ଼ିଶାରେ ପୂର୍ବେ ଜମିଦାରି ହିସାବ ପତ୍ର ଓ ଜମିମାପ ଭଉଁରିଆମାନ ପାଞ୍ଜିରେ ଲେଖାଯାଉଥିଲା ଓ ଅନେକ ପୁରୁଣା ଜମିଦାରଙ୍କ ଘରେ ପାଞ୍ଜିବିଡ଼ାମାନ ଅବଧି ସଂଚିତ ହୋଇ ରହିଅଛି। ଅନେକ ଗୁଡ଼ିଏ ପାଞ୍ଜି ବିଡ଼ାକୁ ମୃଦଙ୍ଗାକାର କରି ବନ୍ଧା ଯାଉଥିଲା। ଆଜିକାଲି କାଗଜ କଲମର ବହୁଳ ବ୍ୟବହାର ଯୋଗୁଁ ତାଳପତ୍ର ଓ ଲେଖନର ବ୍ୟବହାର ଲୋପ ହୋଇଅଛି; କାଗଜ ଅପେକ୍ଷା ତାଳପତ୍ର ବହୁକାଳ ସ୍ଥାୟୀ ହେଉଥିଲା।]
- ଦେ. ବି. (ସଂ. ପଞ୍ଜିକା) — ଯମରାଜଙ୍କ ମହାଫିସ୍ଖାନାରେ ରକ୍ଷିତ ଚିତ୍ରଗୁପ୍ତଙ୍କ ସଂକଳିତ ମନୁଷ୍ୟଙ୍କର ପାପପୁଣ୍ୟର ତାଲିକା — The record of the pious and sinful acts of persons, said to be maintained by Chitragupta in the record-room of J̄ama
- ଦେ. ବି. (ସଂ. ପଞ୍ଜିକା) — [ ଦ୍ର—ମନୁଷ୍ୟର ଆତ୍ମା ମୃତ୍ୟୁପରେ ଯମଭୁବନକୁ ଗଲେ ସେଠାରେ ଚିତ୍ରଗୁପ୍ତ ଏହି ପାଞ୍ଜି ଦେଖି ତାହାର ଦଣ୍ଡ ବା ପୁରଷ୍କାର ବିଷୟ ଯମରାଜଙ୍କ ଛାମୁରେ ପେଶ୍ କରନ୍ତି।]