ପାଞ୍ଚି Pān̄chi
- ଦେ. ବି — ବିବାହ ବେଦୀରେ ବରର ପିନ୍ଧିବା ହଳଦିଆ ବା ନାଲି ଧଡ଼ିଆ ଲୁଗା ଯୋଡ଼ — A kind of bordered cloth worn by the bridegroom during marriage
- ଦେ. ବି — ଗୋଡ଼ ତଳକୁ ଯେଣୁ ପଡ଼ିଥିଲା ପାଞ୍ଚି ଓଦା ହେବ ବୋଲି ତା ଟେକିଲେ ସେ ପାଞ୍ଚି—କୃଷ୍ଣସିଂହ, ମହାଭାରତ. ସଭା।
- ଦେ. ବି — [ଦ୍ର—ବିବାହ ବେଦୀରେ କନ୍ୟା ପିନ୍ଧିବା ଶାଢ଼ୀକୁ ବଉଳବାଟ ବା ବଉଳ ପାଟ ବୋଲାଯାଏ; ପାଞ୍ଚି ଓ ବଉଳପାଟର ଅଗ୍ରଭାଗ ବେଦିରେ ବିବାହ ବେଳେ ପରସ୍ପର ସଙ୍ଗେ ଗଇଣ୍ଠା ହୁଏ।]
- ଦେ. ବି — ବ୍ରତ ବେଦୀରେ ପିନ୍ଧା ଯିବା ଲୁଗା ଯୋଡ଼ — 3. A pair of cloths worn by a boy at the investiture of the sacred thread
- ପ୍ରାଦେ. (ସମ୍ବଲପୁର) ବି—(ସଂଭବତଃ ଏହାର ଲମ୍ବ ପାଞ୍ଚହାତ ଥିବାରୁ) — ଛୋଟ ଗାମୁଛା — Small napkin