ପାଞ୍ଚାଳୀ Pān̄chāḻī

  • ସଂ. ବି. ସ୍ତ୍ରୀ—(ପଞ୍ଚାଳ+ନିବାସ ବା ଅପତ୍ୟାର୍ଥେ. ଅ+ସ୍ତ୍ରୀ.ଈ) ପଞ୍ଚାଳ ଦେଶର ନାରୀ ବା ରାଜକୁମାରୀ — A woman or princess of the Pan̄chāḻas
  • ସଂ. ବି. ସ୍ତ୍ରୀ—(ପଞ୍ଚାଳ+ନିବାସ ବା ଅପତ୍ୟାର୍ଥେ. ଅ+ସ୍ତ୍ରୀ.ଈ) ଦ୍ରୌପଦୀ — A name of Draupadī
  • ସଂ. ବି. ସ୍ତ୍ରୀ—(ପଞ୍ଚାଳ+ନିବାସ ବା ଅପତ୍ୟାର୍ଥେ. ଅ+ସ୍ତ୍ରୀ.ଈ) ପୁତ୍ତଳିକା; କୁଣ୍ଢେଇ — Doll; puppet
  • ସଂ. ବି. ସ୍ତ୍ରୀ—(ପଞ୍ଚାଳ+ନିବାସ ବା ଅପତ୍ୟାର୍ଥେ. ଅ+ସ୍ତ୍ରୀ.ଈ) ସାହିତ୍ୟରେ ଏକପ୍ରକାର ବାକ୍ୟ ରଚନା ପ୍ରଣାଳୀ — A kind of literary composition
  • ସଂ. ବି. ସ୍ତ୍ରୀ—(ପଞ୍ଚାଳ+ନିବାସ ବା ଅପତ୍ୟାର୍ଥେ. ଅ+ସ୍ତ୍ରୀ.ଈ) [ଦ୍ର—ଏଥିରେ ବଡ଼ ବଡ଼ ପାଞ୍ଚ ବା ଛଅ ସମାସଯୁକ୍ତ କାନ୍ତିପୂର୍ଣ୍ଣ ପଦାବଳି ସନ୍ନିବେଶିତ ହୋଇଥାଏ। ସୁକୁମାର ଓ ମଧୁର ବର୍ଣ୍ଣନାରେ ଏ ରଚନା ବ୍ୟବହୃତ ହୁଏ। ଗୌଡ଼ୀ ଓ ବୈଦର୍ଭୀ ବୃତ୍ତିର ସମ୍ମିଶ୍ରଣକୁ ମଧ୍ୟ କେହି କେହି ପାଞ୍ଚାଳୀ କହନ୍ତି—ହି. ଶ.]
  • ସଂ. ବି. ସ୍ତ୍ରୀ—(ପଞ୍ଚାଳ+ନିବାସ ବା ଅପତ୍ୟାର୍ଥେ. ଅ+ସ୍ତ୍ରୀ.ଈ) ସଙ୍ଗୀତରେ ସ୍ୱର ସାଧନର ପ୍ରଣାଳୀବିଶେଷ — A mode of musical exercise
  • ସଂ. ବି. ସ୍ତ୍ରୀ—(ପଞ୍ଚାଳ+ନିବାସ ବା ଅପତ୍ୟାର୍ଥେ. ଅ+ସ୍ତ୍ରୀ.ଈ) [ଦ୍ର—ଆରୋହୀ ଯଥା—ସାରେ ସାରେ ଗା; ରେଗା ରେଗାମା; ଗାମା ଗାମା ପା; ମାପା ମାପାଧା; ପାଧା ପାଧାନି; ଧାନି ଧାନିସା— ଅବରୋହୀ ଯଥା—ସାନି ସାନିଧା; ନିଧା ନିଧାପା; ଧାପା ଧାପାମା; ପାମା ପାମାଗା; ମାଗା ମାଗାରେ; ଗାରେ ଗାରେସା—ହି. ଶ]
  • ସଂ. ବି. ସ୍ତ୍ରୀ—(ପଞ୍ଚାଳ+ନିବାସ ବା ଅପତ୍ୟାର୍ଥେ. ଅ+ସ୍ତ୍ରୀ.ଈ) ଏକ ପ୍ରକାର ପିତ୍ତଳ (ହି. ଶ.) — A kind of brass