ପାଛିଆ ବସାଦହି Pāchhiā basādahi
- ଦେ. ବି — ପାଚିଆରେ ପିଠୋଉ ବୋଳି ତାର ରନ୍ଧ୍ରଯାକ ନିବୁଜ କରି ସେଥିରେ ଦୁଧକୁ ମହି ଦେଇ ଜମାଇ କରାଯିବା ଗାଢ଼ ବସାଦହି — Milk curdled in a basket made impervious by smearing it with paste
- ଦେ. ବି — [ଦ୍ର—ପୁରୀ ଜିଲ୍ଲା ମାଣିକପାଟଣାରେ ଏପରି ଦହି କରାଯାଏ।]
- ଦେ. ବି — ବସାଦହିକୁ ପାଚିଆରେ ଅଜାଡ଼ି ପାଚିଆର ଛିଦ୍ର ବାଟେ ତହିଁର ଜଳୀୟ ଅଂଶ ଝରିଗଲେ ଯେଉଁ ଗାଢ଼ ଦହି ରହେ — Thick curd prepared by putting curd in a basket and letting the watery portion ooze out of it
- ଦେ. ବି — [ଦ୍ର—ଏପରି ଦହି ହିନ୍ଦୋଳ ଆଦି ଗଡ଼ଜାତରେ ତିଆରି ହୁଏ; ଏମନ୍ତ କି, ଏ ଦହିକୁ କାଠପତ୍ରର ଠୋଲାରେ ରଖି ବହୁ ଦୂର ଦେଶକୁ ନିଆ ଯାଇପାରେ।]