ପାଚାପାଡ଼୍ Pāchāpaṟḍ̠

  • ଦେ. ବିଣ (ସଂ ପଶ୍ଚାତ୍+ପ୍ରାନ୍ତ; ବଙ୍ଗଳାରୁ ଅନୁକୃତ) — ଯେଉଁ ଶାଢ଼ୀ ଲୁଗାର ପିଚାରେ ପଡ଼ିବା ଅଂଶରେ ଗୋଟିଏ ରଙ୍ଗିନ୍ ପଟୀ ଥାଏ — (a cloth for female wear) Having a broad stripe lengthwise about the middle of it
  • ଦେ. ବି — ଯେଉଁ ଶାଢ଼ୀର ମଝିରେ ଗୋଟିଏ ରଙ୍ଗିନ୍ ପଟୀ ଥାଏ — A cloth for female wear having a broad coloured stripe running lengthwise about the middle
  • ଦେ. ବି — [ଦ୍ର—ଏପରି ଶାଢ଼ୀ ବଙ୍ଗ ଦେଶରେ ଚଳେ ଓ ବଙ୍ଗାଳୀଙ୍କ ଦେଖା ଦେଖି ଓଡ଼ିଆଣୀଙ୍କ ମଧ୍ୟରେ ଚଳିଅଛି। ଲୁଗାର ଯେଉଁ ଅଂଶ ସ୍ତ୍ରୀମାନଙ୍କ ପିଚା ଉପରେ ରହେ (ଅର୍ଥାତ୍ ଲୁଗାର ଚଉଡ଼ା ବାଗରେ ଏକ ପାଖରେ 6 ପଣ ଓ ଅନ୍ୟ ପାଖରେ ଲୁଗାର ଦଶପଣ ଥାଏ) ସେହି ଅଂଶରେ ଲୁଗାର ଲମ୍ବେ ଲମ୍ବେ ଉଭୟ ପାଖର ଧଡ଼ି (ପାଡ଼୍) ଆକୃତିରେ ଗୋଟିଏ ଲମ୍ବ ପଟି ବୁଣା ଯାଇଥାଏ। ଉକ୍ତ ଶାଢ଼ୀକୁ ପିନ୍ଧିଲାବେଳେ ଉକ୍ତ ପଟିଟି ସ୍ତ୍ରୀଲୋକଙ୍କ ପିଚା ଉପରେ ପଡ଼ିଥାଏ। ବିହାର ଅଞ୍ଚଳରେ ମାଇପେ ପିନ୍ଧିବା ଶାଢ଼ୀର ମଝିରେ ଆଉ ଗୋଟିଏ ଧଡ଼ି ଭଳି ପଟିଥାଏ (ତିନ୍ପଢ଼ିୟା) ଓ କେତେକ ଶାଢ଼ୀରେ ଦୁଇପାଖର ଧଡ଼ିକୁ ଛାଡ଼ି ମଝିରେ ତିନି ପଟି ଥାଏ (ପଚ୍ ପଢ଼ିୟା)।] — [ଦ୍ର—ଏପରି ଶାଢ଼ୀ ବଙ୍ଗ ଦେଶରେ ଚଳେ ଓ ବଙ୍ଗାଳୀଙ୍କ ଦେଖା ଦେଖି ଓଡ଼ିଆଣୀଙ୍କ ମଧ୍ୟରେ ଚଳିଅଛି ଲୁଗାର ଯେଉଁ ଅଂଶ ସ୍ତ୍ରୀମାନଙ୍କ ପିଚା ଉପରେ ରହେ (ଅର୍ଥାତ୍ ଲୁଗାର ଚଉଡ଼ା ବାଗରେ ଏକ ପାଖରେ6ପଣ ଓ ଅନ୍ୟ ପାଖରେ ଲୁଗାର ଦଶପଣ ଥାଏ) ସେହି ଅଂଶରେ ଲୁଗାର ଲମ୍ବେ ଲମ୍ବେ ଉଭୟ ପାଖର ଧଡ଼ି (ପାଡ଼୍) ଆକୃତିରେ ଗୋଟିଏ ଲମ୍ବ ପଟି ବୁଣା ଯାଇଥାଏ ଉକ୍ତ ଶାଢ଼ୀକୁ ପିନ୍ଧିଲାବେଳେ ଉକ୍ତ ପଟିଟି ସ୍ତ୍ରୀଲୋକଙ୍କ ପିଚା ଉପରେ ପଡ଼ିଥାଏ ବିହାର ଅଞ୍ଚଳରେ ମାଇପେ ପିନ୍ଧିବା ଶାଢ଼ୀର ମଝିରେ ଆଉ ଗୋଟିଏ ଧଡ଼ି ଭଳି ପଟିଥାଏ (ତିନ୍ପଢ଼ିୟା) ଓ କେତେକ ଶାଢ଼ୀରେ ଦୁଇପାଖର ଧଡ଼ିକୁ ଛାଡ଼ି ମଝିରେ ତିନି ପଟି ଥାଏ (ପଚ୍ ପଢ଼ିୟା)]