ପାକଳ Pākaḻa

  • ସଂ. ବି. (ପାକ+ଳ) — କୁଢ଼ ନାମକ ସୁଗନ୍ଧ ଦ୍ରବ୍ୟ — Costus Speciosus
  • ସଂ. ବି. (ପାକ+ଳ) — ହସ୍ତୀର ଜ୍ୱର ରୋଗ — Fever of elephants
  • ସଂ. ବି. (ପାକ+ଳ) — ଅଗ୍ନି — Fire
  • ସଂ. ବି. (ପାକ+ଳ) — ବାୟୁ; ପବନ — Wind. (M.W.)
  • ସଂ. ବି. (ପାକ+ଳ) — ଅଗ୍ନି ବର୍ଣ୍ଣ ବା ଲୋହିତ ବର୍ଣ୍ଣ (ଜ୍ଞାନେନ୍ଦ୍ର) — Fiery red colour
  • ସଂ. ବି. (ପାକ+ଳ) — ପିତ୍ତାଧିକ୍ୟ ଜନିତ ମାରାତ୍ମକ ସନ୍ନିପାତ ଜରବିଶେଷ (ହି. ଶ.) — A kind of mortal fever
  • ସଂ. ବିଣ — ଯାହା ପକ୍ୱ କରେ — Ripening; bringing to ripeness
  • ସଂ. ବିଣ — ଯାହା ବଥ ଆଦିକୁ ପଚାଇ ଦିଏ — Causing suppuration of boils
  • ସଂ. ବିଣ — ଅତ୍ୟନ୍ତ କଳା — Quite black. (M.W.)
  • ଦେ. ବିଣ. (ସଂ. ପକ୍ୱ; ପକ୍କ) — ପକ୍ୱ — Ripe
  • ଦେ. ବିଣ. (ସଂ. ପକ୍ୱ; ପକ୍କ) — (ସୂତା) ଉତ୍ତମ ରୂପେ ବଳା ହୋଇଥିବା — Well twisted
  • ଦେ. ବିଣ. (ସଂ. ପକ୍ୱ; ପକ୍କ) — ସୁପରିଣତ (ଫଳ); ଉତ୍ତମ ରୂପେ ବନି ଯାଇଥିବା କିନ୍ତୁ ପାଚି ନ ଥିବା; ପକ୍ୱ ପ୍ରାୟ — Matured but not yet ripe; half ripe