ପାଇକ Pāika
- ଦେ. ବି—(ସଂ. ପଦାତିକ. ପ୍ରା. ପାଇକ୍କ; ସଂ. ପାୟିକ) — ପଦାତିକ — A foot soldier
- ଦେ. ବି—(ସଂ. ପଦାତିକ. ପ୍ରା. ପାଇକ୍କ; ସଂ. ପାୟିକ) — ଚାଲି ନ ପାରଇ ପାଇକ ଆଗେ ପଣ କହୁଥାଏ ମାଇପ ଆଗେ—ଢଗ।
- ଦେ. ବି—(ସଂ. ପଦାତିକ. ପ୍ରା. ପାଇକ୍କ; ସଂ. ପାୟିକ) — ପିଆଦା — Peon; footman
- ଦେ. ବି—(ସଂ. ପଦାତିକ. ପ୍ରା. ପାଇକ୍କ; ସଂ. ପାୟିକ) — ଓଡ଼ିଶା ଗଡ଼ଜାତ ଓ ଖୋରଧା ଅଞ୍ଚଳରେ ଥିବା କ୍ଷତ୍ରିୟ ଜାତିବିଶେଷ — A caste of Kshatriyas inhabiting Khurda and the hilly states of Orissa
- ଦେ. ବି—(ସଂ. ପଦାତିକ. ପ୍ରା. ପାଇକ୍କ; ସଂ. ପାୟିକ) — [ଦ୍ର—ଆଗେ ଏମାନେ ରାଜାଙ୍କର ସୈନ୍ୟ ହେଉଥିଲେ ଓ ବର୍ତ୍ତମାନ ପ୍ରହରୀ କାର୍ଯ୍ୟ କରନ୍ତି। ପ୍ରାଚୀନ ଓଡ୍ରମାନେ ସମରକୁଶଳ ଜାତି ଥିଲେ। ଏମାନେ ପତିତ କ୍ଷତ୍ରିୟ ଥିଲେ ଓ ଯୁଦ୍ଧ ଏମାନଙ୍କର ପ୍ରଧାନ ବ୍ୟବସାୟ ଥିଲା। ଗଙ୍ଗବଂଶ ରାଜାମାନେ ଓଡ୍ରମାନଙ୍କୁ ସୈନ୍ୟ ଶ୍ରେଣୀଭୁକ୍ତ କଲେ ଓ ଏହି ଓଡ୍ରମାନଙ୍କ ନାମରୁ ମୁସଲମାନ୍ମାନେ ଏ ଦେଶକୁ ଓଡ୍ରଦେଶ ବା ଓଡ଼ିଶା ନାମରେ ଡାକିଲେ। ଗଙ୍ଗ ଓ ସୂର୍ଯ୍ୟବଂଶର ରାଜାମାନଙ୍କ ରାଜତ୍ୱ ବେଳେ ଓଡ୍ରମାନେ ଦେଶର ନାନା ସ୍ଥାନରେ ଯାଗିରି ପାଇ ବାସ କଲେ। ପରେ ଖୋରଧାରେ ଭୋଇବଂଶଙ୍କ ରାଜତ୍ୱ ଆରମ୍ଭରେ ଏମାନେ ଅଧିକ ସଂଖ୍ୟାରେ ଖୋରଧା ମଧ୍ୟରେ ଯାଗିରି ପାଇ ବାସ କଲେ। ଏହି ଓଡ୍ରମାନେ ସାଧାରଣତଃ ପଦାତିକ ସୈନ୍ୟ ଥିଲେ। ଉତ୍କଳର ଅନ୍ୟ ଜାତିମାନେ ମଧ୍ୟ ଓଡ୍ରଙ୍କ ସଙ୍ଗେ ମିଶି ପଦାତିକ ହୋଇଥିଲେ। ସୁତରାଂ ସମସ୍ତ ପଦାତିକ ଦଳ ପାଇକ ନାମରେ ପରିଚିତ ହେଲେ। ଏମାନେ ଖୋରଧାରେ ବସତି କରି ଯାଗିରି ଜମି ଚାଷ କରୁଥାଆନ୍ତି, ମାତ୍ର ଯୁଦ୍ଧ ବେଳେ ଡକରା ହେଲେ ଯୁଦ୍ଧ କ୍ଷେତ୍ରରେ ଉପସ୍ଥିତ ହେଉଥିଲେ। ଅସ୍ତ୍ର ଶସ୍ତ୍ର ଓ ବ୍ୟବସାୟ ଭେଦରେ ପାଇକମାନେ ସାଧାରଣତଃ 3 ଶ୍ରେଣୀରେ ବିଭକ୍ତ— 1 । ପହରୀ ପାଇକ—ଏମାନଙ୍କ ପ୍ରଧାନ ଶସ୍ତ୍ର ଲମ୍ବା ଓ ସିଧା ତରବାରୀ ଏବଂ କାଠରେ ଚମ ଛିଆଣୀ ଓ ଲୁହା ଗୋବଥିବା ଢାଲ; ଏମାନେ ଦୁର୍ଗ ଓ ରାଜ ନଅର ରକ୍ଷାରେ ନିଯୁକ୍ତ ଥିଲେ। ( 2 ) ବାଣୁଆ ପାଇକ—ପ୍ରଥମେ ଧନୁଶର ଏମାନଙ୍କର ପ୍ରଧାନ ଅସ୍ତ୍ର ଥିଲା, ପରେ ପୁଣି ବନ୍ଧୁକ ବ୍ୟବହାର କଲେ। ଯୁଦ୍ଧ ଅଭିଯାନରେ ଦୂର ଦେଶକୁ ଯିବା ପ୍ରଧାନତଃ ଏମାନଙ୍କର କାର୍ଯ୍ୟ ଥିଲା। ( 3 ) ଢେଙ୍କିଆ ବା ଢିଙ୍କିଆ ପାଇକ—ଧନୁଶର ଓ ଖଣ୍ଡା ଏମାନଙ୍କର ପ୍ରଧାନ ଅସ୍ତ୍ର। ରାଜାଙ୍କ ଆଦେଶ ଅନୁସାରେ ରାଜା ମଧ୍ୟରେ ସାଧାରଣ ଶାନ୍ତିରକ୍ଷାଠାରୁ ଆରମ୍ଭ କରି ଶତ୍ରୁ ସହିତ ଯୁଦ୍ଧ କରିବା ପର୍ଯ୍ୟନ୍ତ ସକଳ କାର୍ଯ୍ୟ ପାଇଁ ଏମାନେ ସର୍ବଦା ପ୍ରସ୍ତୁତ ରହୁଥିଲେ। ପାଇକମାନଙ୍କର ଯୁଦ୍ଧ ପରିଚ୍ଛଦ ମଧ୍ୟରେ ସମସ୍ତଙ୍କ ମସ୍ତକରେ ଟୋପି ଏବଂ ଶରୀରର ସର୍ବାଙ୍ଗ ବ୍ୟାଘ୍ର ଚର୍ମରେ ଆବୃତ ଓ ହଳଦୀ ତେଲରେ ରଞ୍ଜିତ ହେଉଥିଲା। ମସ୍ତକର ବଡ଼ ସିନ୍ଦୁର ଟୋପା ଯୋଗେ ଏମାନଙ୍କ ଆକୃତି ଭୀଷଣ ଦେଖା ଯାଉଥିଲା। ଯୁଦ୍ଧ କ୍ଷେତ୍ରରେ ପାଇକମାନଙ୍କର ସାହସ ଓ କୌଶଳ ପ୍ରସଂଶନୀୟ ଥିଲା। ସେମାନେ 300 ବର୍ଷ ପର୍ଯ୍ୟନ୍ତ ପ୍ରବଳ ମୁସଲ୍ମାନ୍ ବାହିନୀ ସଙ୍ଗେ ଯୁଦ୍ଧ କରି ଦେଶ ରକ୍ଷା କରି ରାଜ୍ୟ ବଢ଼ାଇ ଥିଲେ ଏବଂ ଶତ ଶତ ବର୍ଷବ୍ୟାପୀ ପରାଧୀନତା ସତ୍ୱେ ମରହଟ୍ଟା ଅଶ୍ୱାରୋହୀମାନଙ୍କର ସମକକ୍ଷ ଯୋଦ୍ଧା ହୋଇ ଲଢ଼ିଥଲେ (କୃପାସିନ୍ଧୁ ଉତ୍କଳ ଇତିହାସ)। ଅସଲ ଓଡ୍ର ପୂର୍ବ— ପୁରୁଷମାନଙ୍କ ବଂଶଧର ପାଇକମାନଙ୍କୁ ଶୂଦ୍ର ପାଇକ ବୋଲାଯାଏ।] — [ଦ୍ର—ଆଗେ ଏମାନେ ରାଜାଙ୍କର ସୈନ୍ୟ ହେଉଥିଲେ ଓ ବର୍ତ୍ତମାନ ପ୍ରହରୀ କାର୍ଯ୍ୟ କରନ୍ତି ପ୍ରାଚୀନ ଓଡ୍ରମାନେ ସମରକୁଶଳ ଜାତି ଥିଲେ ଏମାନେ ପତିତ କ୍ଷତ୍ରିୟ ଥିଲେ ଓ ଯୁଦ୍ଧ ଏମାନଙ୍କର ପ୍ରଧାନ ବ୍ୟବସାୟ ଥିଲା ଗଙ୍ଗବଂଶ ରାଜାମାନେ ଓଡ୍ରମାନଙ୍କୁ ସୈନ୍ୟ ଶ୍ରେଣୀଭୁକ୍ତ କଲେ ଓ ଏହି ଓଡ୍ରମାନଙ୍କ ନାମରୁ ମୁସଲମାନ୍ମାନେ ଏ ଦେଶକୁ ଓଡ୍ରଦେଶ ବା ଓଡ଼ିଶା ନାମରେ ଡାକିଲେ ଗଙ୍ଗ ଓ ସୂର୍ଯ୍ୟବଂଶର ରାଜାମାନଙ୍କ ରାଜତ୍ୱ ବେଳେ ଓଡ୍ରମାନେ ଦେଶର ନାନା ସ୍ଥାନରେ ଯାଗିରି ପାଇ ବାସ କଲେ ପରେ ଖୋରଧାରେ ଭୋଇବଂଶଙ୍କ ରାଜତ୍ୱ ଆରମ୍ଭରେ ଏମାନେ ଅଧିକ ସଂଖ୍ୟାରେ ଖୋରଧା ମଧ୍ୟରେ ଯାଗିରି ପାଇ ବାସ କଲେ ଏହି ଓଡ୍ରମାନେ ସାଧାରଣତଃ ପଦାତିକ ସୈନ୍ୟ ଥିଲେ ଉତ୍କଳର ଅନ୍ୟ ଜାତିମାନେ ମଧ୍ୟ ଓଡ୍ରଙ୍କ ସଙ୍ଗେ ମିଶି ପଦାତିକ ହୋଇଥିଲେ ସୁତରାଂ ସମସ୍ତ ପଦାତିକ ଦଳ ପାଇକ ନାମରେ ପରିଚିତ ହେଲେ ଏମାନେ ଖୋରଧାରେ ବସତି କରି ଯାଗିରି ଜମି ଚାଷ କରୁଥାଆନ୍ତି, ମାତ୍ର ଯୁଦ୍ଧ ବେଳେ ଡକରା ହେଲେ ଯୁଦ୍ଧ କ୍ଷେତ୍ରରେ ଉପସ୍ଥିତ ହେଉଥିଲେ ଅସ୍ତ୍ର ଶସ୍ତ୍ର ଓ ବ୍ୟବସାୟ ଭେଦରେ ପାଇକମାନେ ସାଧାରଣତଃ3ଶ୍ରେଣୀରେ ବିଭକ୍ତ—1 ପହରୀ ପାଇକ—ଏମାନଙ୍କ ପ୍ରଧାନ ଶସ୍ତ୍ର ଲମ୍ବା ଓ ସିଧା ତରବାରୀ ଏବଂ କାଠରେ ଚମ ଛିଆଣୀ ଓ ଲୁହା ଗୋବଥିବା ଢାଲ; ଏମାନେ ଦୁର୍ଗ ଓ ରାଜ ନଅର ରକ୍ଷାରେ ନିଯୁକ୍ତ ଥିଲେ (2) ବାଣୁଆ ପାଇକ—ପ୍ରଥମେ ଧନୁଶର ଏମାନଙ୍କର ପ୍ରଧାନ ଅସ୍ତ୍ର ଥିଲା, ପରେ ପୁଣି ବନ୍ଧୁକ ବ୍ୟବହାର କଲେ ଯୁଦ୍ଧ ଅଭିଯାନରେ ଦୂର ଦେଶକୁ ଯିବା ପ୍ରଧାନତଃ ଏମାନଙ୍କର କାର୍ଯ୍ୟ ଥିଲା (3) ଢେଙ୍କିଆ ବା ଢିଙ୍କିଆ ପାଇକ—ଧନୁଶର ଓ ଖଣ୍ଡା ଏମାନଙ୍କର ପ୍ରଧାନ ଅସ୍ତ୍ର ରାଜାଙ୍କ ଆଦେଶ ଅନୁସାରେ ରାଜା ମଧ୍ୟରେ ସାଧାରଣ ଶାନ୍ତିରକ୍ଷାଠାରୁ ଆରମ୍ଭ କରି ଶତ୍ରୁ ସହିତ ଯୁଦ୍ଧ କରିବା ପର୍ଯ୍ୟନ୍ତ ସକଳ କାର୍ଯ୍ୟ ପାଇଁ ଏମାନେ ସର୍ବଦା ପ୍ରସ୍ତୁତ ରହୁଥିଲେ ପାଇକମାନଙ୍କର ଯୁଦ୍ଧ ପରିଚ୍ଛଦ ମଧ୍ୟରେ ସମସ୍ତଙ୍କ ମସ୍ତକରେ ଟୋପି ଏବଂ ଶରୀରର ସର୍ବାଙ୍ଗ ବ୍ୟାଘ୍ର ଚର୍ମରେ ଆବୃତ ଓ ହଳଦୀ ତେଲରେ ରଞ୍ଜିତ ହେଉଥିଲା ମସ୍ତକର ବଡ଼ ସିନ୍ଦୁର ଟୋପା ଯୋଗେ ଏମାନଙ୍କ ଆକୃତି ଭୀଷଣ ଦେଖା ଯାଉଥିଲା ଯୁଦ୍ଧ କ୍ଷେତ୍ରରେ ପାଇକମାନଙ୍କର ସାହସ ଓ କୌଶଳ ପ୍ରସଂଶନୀୟ ଥିଲା ସେମାନେ300ବର୍ଷ ପର୍ଯ୍ୟନ୍ତ ପ୍ରବଳ ମୁସଲ୍ମାନ୍ ବାହିନୀ ସଙ୍ଗେ ଯୁଦ୍ଧ କରି ଦେଶ ରକ୍ଷା କରି ରାଜ୍ୟ ବଢ଼ାଇ ଥିଲେ ଏବଂ ଶତ ଶତ ବର୍ଷବ୍ୟାପୀ ପରାଧୀନତା ସତ୍ୱେ ମରହଟ୍ଟା ଅଶ୍ୱାରୋହୀମାନଙ୍କର ସମକକ୍ଷ ଯୋଦ୍ଧା ହୋଇ ଲଢ଼ିଥଲେ (କୃପାସିନ୍ଧୁ ଉତ୍କଳ ଇତିହାସ) ଅସଲ ଓଡ୍ର ପୂର୍ବ— ପୁରୁଷମାନଙ୍କ ବଂଶଧର ପାଇକମାନଙ୍କୁ ଶୂଦ୍ର ପାଇକ ବୋଲାଯାଏ]