ପରିହାସି Parihāsi

  • ଦେ. ବିଣ. (ପୁଂ ଓ ସ୍ତ୍ରୀ) (ସଂ. ପରିହାସ୍ୟ) — ପରିହାସ ସ୍ଥାନୀୟ ବ୍ୟକ୍ତି); ଯହା ସଙ୍ଗେ ପରିହାସ ବା ଥଟ୍ଟା କରିବା ସମାଜସମ୍ମତ — Fit to be jested with according to social custom
  • ଦେ. ବିଣ. (ପୁଂ ଓ ସ୍ତ୍ରୀ) (ସଂ. ପରିହାସ୍ୟ) — ପରିହାସ କରୁଥିବା — Jesting
  • ଦେ. ବିଣ. (ପୁଂ ଓ ସ୍ତ୍ରୀ) (ସଂ. ପରିହାସ୍ୟ) — ଯେ ସର୍ବଦା ଥଟ୍ଟା ପରିହାସ କରେ; ଥଟ୍ଟିଲ; ପରିହାସପ୍ରିୟ — Jestive; sportive; jocular
  • ଦେ. ବିଣ. (ପୁଂ ଓ ସ୍ତ୍ରୀ) (ସଂ. ପରିହାସ୍ୟ) — [ଦ୍ର—ଆମ ସମାଜରେ ଆଈ, ଅଜା, ନାତି, ନାତୁଣୀ, ନାତୁଣୀ— ଜୋଇଁ, ନାତୁଣୀବୋହୂ, ଭିଣୋଇ ଓ ଶଳା, ଶାଳୀ, ଶଳାଭାଉଜ, ନଣନ୍ଦ, ଦିଅର, ଭାଉଜ, ନଣନ୍ଦେଈ ଓ ଭଉଣୀଜୋଇଁ ଏମାନେ ପରିହାସି ଅଟନ୍ତି।