ପରିଶିଷ୍ଟ Pariṡishṭa

  • ସଂ. ବିଣ. (ପରି+ଶିଷ୍ ଧାତୁ=ଶେଷ କରିବା+କର୍ମ. ତ) — ବାକୀ ରହିଯାଇଥିବା; ଅବଶିଷ୍ଟ — Remaining; left
  • ସଂ. ବିଣ. (ପରି+ଶିଷ୍ ଧାତୁ=ଶେଷ କରିବା+କର୍ମ. ତ) — ଯାହା ପରିଶେଷରେ ଯୁକ୍ତ ହୁଏ — Joined at the end
  • ଦେ. ବି. — ପୁସ୍ତକର ଶେଷରେ ଯୋଗ କରାଯିବା ଅତିରିକ୍ତ ଜ୍ଞାତବ୍ୟ ବିଷୟ ଲେଖାଥିବା ଅଂଶ — Supplement; appendix
  • ଦେ. ବି. — ଅବଶିଷ୍ଟ ବା ବାକୀଥିବା ଅଂଶ — Remainder