ପରିବେତ୍ତା Paribettā

  • ସଂ. ବି. ପୁଂ. (ପରି=ପୂର୍ବରୁ+ବିଦ୍ ଧାତୁ=ଲାଭ କରିବା +କର୍ତ୍ତୃ. ତୃ; 1 ମା. 1 ବ.) — ବଡ଼ ଭାଇ ଅବିବାହିତ ଥାଉଁ ଥାଉଁ ବିବାହିତ ସାନ ଭାଇ — A person who gets married before his elder brother is married
  • ସଂ. ବି. ପୁଂ. (ପରି=ପୂର୍ବରୁ+ବିଦ୍ ଧାତୁ=ଲାଭ କରିବା +କର୍ତ୍ତୃ. ତୃ; 1 ମା. 1 ବ.) — [ଦ୍ର—ବଡ଼ ଭାଇ ଦେଶାନ୍ତରଗାମୀ, ନପୁଂସକ, ପତିତ, ମୂକ, ବଧୀର, ଅନ୍ଧ, କୋଢ଼ି, ବିବାହ କରିବାକୁ ଅନିଚ୍ଛୁକ, ବେଶ୍ୟାସକ୍ତ ଓ ଚିରରୋଗୀ ହେଲେ, କିମ୍ବା ଆପଣାର ଅନ୍ତର ଭାଇ ହୋଇଥିଲେ, କିମ୍ବା ସାନ ଭାଇକୁ ବିବାହ କରିବାକୁ ଅନୁମତି ଦେଲେ ବଡ଼ ଭାଇ ବିବାହିତ ନ ହୋଇ ସାନ ଭାଇ ବିବାହ କରିବାର ଶାସ୍ତ୍ରବିଧି ଅଛି। ଅବିବାହିତ ବଡ଼ ଭାଇକୁ ପରିବିର୍ଣ୍ଣ, ପରିବିତ୍ତ, ପରିବିତ୍ତି ବୋଲାଯାଏ।]