ପରିବୃତ୍ତି Paribṛutti
- ସଂ. ବି. (ପରି+ବୃତ୍ ଧାତୁ+ଭାବ. ତି) — ପରିବର୍ତ୍ତନ — Change
- ସଂ. ବି. (ପରି+ବୃତ୍ ଧାତୁ+ଭାବ. ତି) — ବିନିମୟ — Exchange; barter
- ସଂ. ବି. (ପରି+ବୃତ୍ ଧାତୁ+ଭାବ. ତି) — (ସାହିତ୍ୟ) ଅଳଙ୍କାରବିଶେଷ — A figure of speech in which there is an exchange of a thing for what is equal, less or greater
- ସଂ. ବି. (ପରି+ବୃତ୍ ଧାତୁ+ଭାବ. ତି) — [ଦ୍ର—ଏକ ପଦାର୍ଥ ଅନ୍ୟ ସମାନ ନ୍ୟୂନ ପଦାର୍ଥଦ୍ୱାରା ପରିବର୍ତ୍ତିତ ହେଲେ ପରିବୃତ୍ତି ଅଳଙ୍କାର ହୁଏ; ଯଥା— ତୋ ଦେହରୁ ଶୈତ୍ୟ ନେଇ ଗନ୍ଧବହ— ତୀରବାସୀଙ୍କି ଦେଇଛି। ତାହାଙ୍କ ସନ୍ତାପ ନେଇ ଅବ୍ଧି ଗର୍ଭେ ବାଡ଼ବଛଳେ ଥୋଇଛି। କୁଳମଣି, ଅଳଙ୍କାରତରଙ୍ଗିଣୀ।
- ସଂ. ବି. (ପରି+ବୃତ୍ ଧାତୁ+ଭାବ. ତି) — ଯେଉଁ ଅଳଙ୍କାରରେ ଗୋଟିଏ ବସ୍ତୁକୁ ଦେଇ ଅନ୍ୟ ସମାନ ବା ଅସମାନ (ଅଧିକ ବା ନ୍ୟୂନ) ବସ୍ତୁ ଆଣିବାର କଥିତ ହୁଏ ତାହା ପରିବୃତ୍ତି ଅଳଙ୍କାର; ଯଥା—ମୃଗଲୋଚନା ମୋତେ ତାହାର କଟାକ୍ଷକୁ ଦେଇ ମୋ ହୃଦୟକୁ ନେଇଅଛି ଓ ମୁଁ ମୋ ହୃଦୟକୁ ଦେଇ ମଦନ—ଜ୍ୱରକୁ ପାଇଅଛି। ସମାନ ବସ୍ତୁ ସଙ୍ଗେ ସମାନ ବସ୍ତୁର ବିନିମୟ କଳ୍ପିତ ହେଲେ ସମପରିବୃତ୍ତି ହୁଏ; ଅସମ ବସ୍ତୁର ବିନିମୟ ହେଲେ ବିଷମପରିବୃତ୍ତି ହୁଏ—ହି. ଶବ୍ଦସାଗର।]
- ସଂ. ବି. (ପରି+ବୃତ୍ ଧାତୁ+ଭାବ. ତି) — ପ୍ରତ୍ୟାବୃତ୍ତି; ଫେରିବା — Return; turning back (Apte)
- ସଂ. ବି. (ପରି+ବୃତ୍ ଧାତୁ+ଭାବ. ତି) — ସମାପ୍ତି — End; termination (Apte)
- ସଂ. ବି. (ପରି+ବୃତ୍ ଧାତୁ+ଭାବ. ତି) — ଘେର; ବେଷ୍ଟନ (ହି. ଶ) — Surrounding (Apte)
- ସଂ. ବି. (ପରି+ବୃତ୍ ଧାତୁ+ଭାବ. ତି) — କୌଣସି ସ୍ଥାନରେ ବାସ କରିବା ବା ରହିବା — Staying or dwelling in a place (Apte)
- ସଂ. ବି. (ପରି+ବୃତ୍ ଧାତୁ+ଭାବ. ତି) — ଲିଙ୍ଗର ଅଗ ଚମର ସଂକୋଚନ — The contraction of the prepuce or foreskin of the penis
- ସଂ. ବି. (ପରି+ବୃତ୍ ଧାତୁ+ଭାବ. ତି) — ରଚନାରେ ଭାବର ପରିବର୍ତ୍ତନ ନ କରି ଏକ ଶବ୍ଦ ସ୍ଥଳରେ ଅନ୍ୟ ଶବ୍ଦର ବ୍ୟବହାର — Substitution of one word for another without affecting the sense (Apte)
- ସଂ. ବି. (ପରି+ବୃତ୍ ଧାତୁ+ଭାବ. ତି) — (ଯଥା—ବୃଷଧ୍ୱଜ ପରିବର୍ତ୍ତରେ ବୃଷଲାଞ୍ଛନ ବା ବୃଷବାହନ ଶବ୍ଦର ପ୍ରୟୋଗ।)