ପରିତ୍ରାହି Paritrāhi
- ସଂ. କ୍ରି—(ପରି+ତ୍ରୈ ଧାତୁର ଅନୁଜ୍ଞାର୍ଥେ; ଲୋଟ୍, ମଧ୍ୟମ ପୁରୁଷ ଏକବଚନ) — ରକ୍ଷାକର; ଉଦ୍ଧାର କର। ହେ ପ୍ରଭୋ ! ମତେ ପରିତ୍ରାଣ କର — Oh Lord ! save me
- ସଂ. କ୍ରି—(ପରି+ତ୍ରୈ ଧାତୁର ଅନୁଜ୍ଞାର୍ଥେ; ଲୋଟ୍, ମଧ୍ୟମ ପୁରୁଷ ଏକବଚନ) — [ଦ୍ର—ସଂସ୍କୃତ ତ୍ରୈ ଧାତୁ ଆତ୍ମନେପଦୀ, ମାତ୍ର ଲୋଟ 'ସ୍ୱ' ବିଭକ୍ତିରେ ବିକଳ୍ପରେ 'ହି' ଆଦେଶ ହୁଏ, ସଂସ୍କୃତରେ ମଧ୍ୟ ଏଭଳି ପ୍ରୟୋଗ ଦେଖାଯାଏ, ଯଥା—ପରିତ୍ରାହି ଜଗନ୍ନାଥ ତ୍ୱାମେବ ଶରଣଂ ଗତଃ; ତ୍ରାହିମାଂ ମଧୁସୂଦନ ଇତ୍ୟାଦି।]
- ଦେ. ବି — ବିପନ୍ନ ବ୍ୟକ୍ତିର ତ୍ରାହି ତ୍ରାହି ରବ — The call of a person in distress for protection