ପରଶ୍ୟ Pāraṡya
- ସଂ. ବି — ଭାରତର ବହୁ ପଶ୍ଚିମ ଓ ଆଫଗାନୀସ୍ଥାନର ସନ୍ନିକଟ ପଶ୍ଚିମବର୍ତ୍ତୀ ଦେଶବିଶେଷ — Persia (country)
- ସଂ. ବି — [ଦ୍ର—ଏଥିର ରାଜାଙ୍କୁ 'ଶାହା' ବୋଲାଯାଏ। ଏ ଦେଶବାସୀମାନେ ଜାତିରେ ମୁସଲମାନ୍। ପୂର୍ବେ ଏମାନେ ସୂର୍ଯ୍ୟ ଓ ଅଗ୍ନି ପୂଜା କରୁ— ଥିଲେ ଓ ପରେ ମୁସଲମାନ୍ ଧର୍ମ ଗ୍ରହଣ କଲେ। ଏ ଦେଶର ଆଦିମ ଧର୍ମାବଲମ୍ବୀମାନେ ପାରସ୍ୟରୁ ଆସି ଭାରତର ପଶ୍ଚିମ ଉପକୂଳରେ ଉପନିବେଶ ସ୍ଥାପନ କରିଥିଲେ ଓ ଏହିମାନେ ବର୍ତ୍ତମାନ 'ପାର୍ଶୀ' ନାମରେ ଖ୍ୟାତ। ଅତି ପ୍ରାଚୀନ କାଳରେ ପାରସ୍ୟ ଦେଶବାସୀ ଓ ଭାରତବାସୀ ଆର୍ଯ୍ୟମାନେ ଆଦିମ ଆର୍ଯ୍ୟ ଜାତିର ଶାଖା ଥିଲେ ଓ ଦୁଇ ଦେଶବାସୀ ଆର୍ଯ୍ୟଙ୍କ ମଧ୍ୟରେ ଘନିଷ୍ଠ ସମ୍ବନ୍ଧ ଥିଲା ଓ ପାରସ୍ୟ ଠାରୁ ସରଯୂ ନଦୀ କୂଳ ପର୍ଯ୍ୟନ୍ତ ଭୂମିକୁ ଆର୍ଯ୍ୟଭୂମି ବୋଲା ଯାଉଥିଲା। ପାରସ୍ୟର ଅନ୍ୟନାମ 'ଇରାନ୍'। ଏହି ଶବ୍ଦ ଓ ଆର୍ଯ୍ୟ ଶବ୍ଦର ବ୍ୟୁତ୍ପତ୍ତି ଏକ। ପାରସ୍ୟର ପ୍ରାଚୀନ ସମ୍ରାଟ ଡେରାୟସ୍ ଆପଣା ନାମ ପୂର୍ବରେ 'ଆର୍ଯ୍ୟପୁତ୍ର' ଉପାଧି ବସାଇଥିଲେ। ପାରସ୍ୟର ପ୍ରାଚୀନ ରାଜଧାନୀର ନାମ ପାରସ୍ୟପୁର (ଗ୍ରୀକ୍ ପାର୍ସିପୋଲିସ୍) ଥିଲା। ବୈଦିକ ଯୁଗରେ ପାରସ୍ୟ ନାମ ପ୍ରସିଦ୍ଧ ହୋଇ ନ ଥିଲା। ବେଦ ଓ ରାମାୟଣରେ ପାରସ୍ୟ ଦେଶର ନାମୋଲ୍ଲେଖ ନାହିଁ, କିନ୍ତୁ ମହାଭାରତ, ରଘୁବଂଶ, କଥାସରିତସାଗର ଆଦି ସଂସ୍କୃତ ଗ୍ରନ୍ଥରେ ଏହାର ନାମ ମିଳେ। ଅତି ପ୍ରାଚୀନ କାଳରେ ପାରସ୍ୟର ଓ ଆର୍ଯ୍ୟା— ବର୍ତ୍ତର ଆର୍ଯ୍ୟମାନଙ୍କ ଉପାସନା ଓ କର୍ମକାଣ୍ଡ ଆଦିରେ ଭେଦ ନ ଥିଲା। ସେମାନେ ଅଗ୍ନି, ସୂର୍ଯ୍ୟ, ବାୟୁ ଆଦି ଦେବଙ୍କ ଉପାସନା ଓ ଅଗ୍ନି ହୋତ୍ର, ସୋମପାନ ଓ ଯଜ୍ଞାଦି କରୁଥିଲେ ଓ ସେମାନଙ୍କ ପୂଜିତ ଦେବତାମାନଙ୍କ ନାମ ବେଦୋକ୍ତ ଦେବତାମାନଙ୍କର ନାମର ବର୍ଣ୍ଣ— ସାଦୃଶ୍ୟ ଥିଲା। ଏମାନଙ୍କର ଭାଷାର ମୂଳ ଆର୍ଯ୍ୟ ଭାଷା। ଏହି ଆର୍ଯ୍ୟଭାଷାରୁ ବୈଦିକ ଓ ଲୌକିକ ସଂସ୍କୃତିର ଉତ୍ପତ୍ତି। ପ୍ରାଚୀନ ପାରସୀକ ଓ ବୈଦିକ ଭାଷା ମଧ୍ୟରେ ପ୍ରଭେଦ ନ ଥିଲା ବୋଲି କହିଲେ ଚଳେ। ପାରସୀମାନଙ୍କ ଧର୍ମଶାସ୍ତ୍ର ଜେନ୍ଦାବସ୍ତାରେ ଭାରତର ନଦୀ ଓ ପ୍ରଦେଶମାନଙ୍କର ନାମ ଅଛି (ଯଥା - ସପ୍ତସିନ୍ଧୁ ପରିବର୍ତ୍ତରେ ହପ୍ତ— ହିନ୍ଦୁ, ସରସ୍ୱତୀ ପରିବର୍ତ୍ତରେ ହରସ୍ୱେତୀ, ସରଯୁ ପରିବର୍ତ୍ତରେ ହରଜୁ, ଯଜ୍ଞ ପରିବର୍ତ୍ତରେ ଯସ୍ନ, ଇନ୍ଦ୍ର ପରିବର୍ତ୍ତରେ ଜନ୍ଦ୍, ଅସୁର ପରିବର୍ତ୍ତେ ଅହୁର)। ପାରସ୍ୟର ଋଷି ଜରଥୂସ୍ର — (Zoroaster)ଆର୍ଯ୍ୟମାନଙ୍କ ଧର୍ମରୁ ଏକ ଭିନ୍ନ ସଂପ୍ରଦାୟ ସୃଷ୍ଟି କରି ଜନ୍ଦଅବସ୍ତା(Zendavesta)ଗ୍ରନ୍ଥ ପାରସୀମାନଙ୍କ ମଧ୍ୟରେ ପ୍ରଚାର କଲେ ଜନ୍ଦଅବସ୍ତାରେ ବେଦ ପରି ଗାଥା (ଗାଥ) ଓ ମନ୍ତ୍ର (ମନ୍ଥ) ମାନ ଅଛି; କେତେକ ମନ୍ତ୍ର ବୈଦିକ ମନ୍ତ୍ର ସଙ୍ଗେ ମିଳୁଛି ସମ୍ଭବତଃ ବେଦର ସଙ୍କଳୟିତା ବେଦବ୍ୟାସ ଓ ଜନ୍ଦଅବସ୍ତାର ସଙ୍କଳୟିତା ଜରଥସ୍ରୁ ସମକାଳୀନ ଥିଲେ—ହି. ଶ]
- ସଂ. ବିଣ — ପାରସ୍ୟ ଦେଶୀୟ — Persian