ପରଶୁରାମ Paraṡurāma

  • ସଂ. ବି. (ମ. ପ. ଲୋ; ପରଶୁ=କୁଠାର [ଯୁକ୍ତ]+ରାମ= ରାମାବତାର) — ଜମଦଗ୍ନି ଋଷିଙ୍କ ପୁତ୍ର; ଭାର୍ଗବ — Paraṡurāma; a son of Jamadagni
  • ସଂ. ବି. (ମ. ପ. ଲୋ; ପରଶୁ=କୁଠାର [ଯୁକ୍ତ]+ରାମ= ରାମାବତାର) — [ଦ୍ର—ଏ ବିଷ୍ଣୁଙ୍କର 6 ଷ୍ଠ ଅବତାର; ପୃଥିବୀକୁ 21 ବାର ନିକ୍ଷତ୍ରିୟ କରିଥିଲେ। ଏହାଙ୍କର ଅସ୍ତ୍ର ପରଶୁ। ଏ ପିତ୍ରାଦେଶରେ ସ୍ୱୀୟ ମାତା ରେଣୁକାଙ୍କୁ ବଧ କରିଥିଲେ ଓ ପରେ ପିତାଙ୍କୁ ସନ୍ତୁଷ୍ଟ କରି ମାତାଙ୍କୁ ପୁନରୁଜ୍ଜୀବିତା କରାଇଥିଲେ। ଏ ମହାବୀର ଥିଲେ; ଏହାଙ୍କ ପିତୃହନ୍ତା କାର୍ତ୍ତବୀର୍ଯ୍ୟାର୍ଜୁନ ବା ସହସ୍ରାର୍ଜୁନଙ୍କୁ ଏ ବଧ କରିଥିଲେ । — [ଦ୍ର—ଏ ବିଷ୍ଣୁଙ୍କର6ଷ୍ଠ ଅବତାର; ପୃଥିବୀକୁ21ବାର ନିକ୍ଷତ୍ରିୟ କରିଥିଲେ ଏହାଙ୍କର ଅସ୍ତ୍ର ପରଶୁ ଏ ପିତ୍ରାଦେଶରେ ସ୍ୱୀୟ ମାତା ରେଣୁକାଙ୍କୁ ବଧ କରିଥିଲେ ଓ ପରେ ପିତାଙ୍କୁ ସନ୍ତୁଷ୍ଟ କରି ମାତାଙ୍କୁ ପୁନରୁଜ୍ଜୀବିତା କରାଇଥିଲେ ଏ ମହାବୀର ଥିଲେ; ଏହାଙ୍କ ପିତୃହନ୍ତା କାର୍ତ୍ତବୀର୍ଯ୍ୟାର୍ଜୁନ ବା ସହସ୍ରାର୍ଜୁନଙ୍କୁ ଏ ବଧ କରିଥିଲେ
  • ସଂ. ବି. (ମ. ପ. ଲୋ; ପରଶୁ=କୁଠାର [ଯୁକ୍ତ]+ରାମ= ରାମାବତାର) — ରାମଚନ୍ଦ୍ର ବିବାହ ହୋଇ ସାରି ସୀତାଙ୍କୁ ଘେନି ମିଥିଳାରୁ ଫେରି ଆସିବା ସମୟରେ ବାଟରେ ଏ ତାଙ୍କୁ ଭେଟି ଧନୁ ପରୀକ୍ଷା ନିମନ୍ତେ ରାମଚନ୍ଦ୍ରଙ୍କୁ ଆହ୍ୱାନ କରିଥିଲେ। ରାମଚନ୍ଦ୍ର ଏହାଙ୍କ ହାତରୁ ଧନୁ ନେବା ସମୟରେ ଏହାଙ୍କ ଦେହରେ ଥିବା ବିଷ୍ଣୁ ତେଜଃ ରାମଚନ୍ଦ୍ରଙ୍କ ଦେହରେ ପ୍ରବେଶ କଲା ଏବଂ ଏ ହତପ୍ରଭ ହୋଇ ତପସ୍ୟା କରିବାକୁ ଗଲେ। ଏହାଙ୍କର ଅନ୍ୟ ଚାରି ଭାଇଙ୍କ ନାମ ସମନ୍ୱାନ୍, ସୁଷେଣ, ବସୁ ଓ ବିଶ୍ୱାବସୁ ।]