ପରମାନନ୍ଦ Paramānanda
- ସଂ. ବି. (କର୍ମଧାରୟ; ପରମ+ଆନନ୍ଦ) — ଅତ୍ୟନ୍ତ ଆନନ୍ଦ — Supreme delight or bliss; highest felicity
- ସଂ. ବି. (କର୍ମଧାରୟ; ପରମ+ଆନନ୍ଦ) — ଅଖଣ୍ଡାନନ୍ଦ; ଚିରସ୍ଥାୟୀ ସୁଖ — Permanent bliss; eternal happiness
- ସଂ. ବି. (କର୍ମଧାରୟ; ପରମ+ଆନନ୍ଦ) — ପରମେଶ୍ୱର — God; the Supreme Being
- ସଂ. ବି. (କର୍ମଧାରୟ; ପରମ+ଆନନ୍ଦ) — ଶ୍ରୀକୃଷ୍ଣ — Ṡrīkṛushṇa
- ସଂ. ବି. (କର୍ମଧାରୟ; ପରମ+ଆନନ୍ଦ) — ପରମାନନ୍ଦଙ୍କୁ ପଚାରିବୁ ଦୂତୀ! ପ୍ରୀତିହୀରା ବନ୍ଧା ନେଲେ—ସଙ୍ଗୀତ।
- ଦେ. ବି. ପୁଂ — ଲୋକଙ୍କ ନାମ — Name given to males
- ଦେ. ବିଣ — ପରମ ଆନନ୍ଦିତ — Highly pleased
- ଦେ. ବିଣ — ପରମାନନ୍ଦଙ୍କୁ ହେଲେ ବ୍ରହ୍ମା—ଭୂପତି. ପ୍ରେମପଞ୍ଚାମୃତ ।