ପରମ ହଂସ Parama haṁsa
- ସଂ. ବି. ପୁଂ (କର୍ମଧା; ପରମ=ପ୍ରଧାନ+ହଂସ=ଯୋଗୀ) — ଧ୍ୟାନ ଦ୍ୱାରା ଇନ୍ଦ୍ରିୟ ଦମନ କରିଥିବା ଯୋଗୀ; ସିଦ୍ଧପୁରୁଷ; ମହାଯୋଗୀ — An ascetic of the highest order; a religious man who has subdued all his senses by abstract meditation
- ସଂ. ବି. ପୁଂ (କର୍ମଧା; ପରମ=ପ୍ରଧାନ+ହଂସ=ଯୋଗୀ) — [ଦ୍ର—ଯେଉଁ ସନ୍ନ୍ୟାସୀ ଜ୍ଞାନର ପରମ ଅବସ୍ଥାରେ ଉପନୀତ ହୋଇ ଅଛନ୍ତି ଅର୍ଥାତ୍ ଯେ ପରମ ବ୍ରହ୍ମଙ୍କ ସତ୍ତା ପୂର୍ଣ୍ଣରୂପରେ ଅନୁଭବ କରି ପାରିଅଛନ୍ତି ତାଙ୍କୁ ପରମହଂସ ବୋଲାଯାଏ। କୌଣସି ବ୍ୟକ୍ତି ସନ୍ନ୍ୟାସ ଅବଲମ୍ବନ କଲେ ଶିଖାସୂତ୍ର ତ୍ୟାଗ କରି ଦଣ୍ଡ କମଣ୍ଡଳୁ ଗ୍ରହଣ କରନ୍ତି; କିନ୍ତୁ ସେ ପରମହଂସ ଅବସ୍ଥା ପ୍ରାପ୍ତ ହେଲେ ତାଙ୍କର ଦଣ୍ଡ କମଣ୍ଡଳୁ ଗ୍ରହଣ ଆବଶ୍ୟକ ହୁଏ ନାହିଁ; ସେ ସବୁ— ପ୍ରକାର ବନ୍ଧନରୁ ମୁକ୍ତ ହୁଅନ୍ତି; ତାଙ୍କୁ ଶ୍ରାଦ୍ଧ, ସନ୍ଧ୍ୟା, ତର୍ପଣ, ଦେବାର୍ଚ୍ଚନ ଆଦି କରିବାକୁ ହୁଏ ନାହିଁ ଓ ସେ କାହାକୁ ନମସ୍କାର କରିବେ ନାହିଁ। ସେ ସର୍ବଦା ଅଧ୍ୟାତ୍ମନିଷ୍ଠ, ନିର୍ଦ୍ୱନ୍ଦ, ନିରାଗ୍ରହ ଓ ବ୍ରହ୍ମବିତ୍ ହୋଇ ବ୍ରହ୍ମରେ ସ୍ଥିତ ହୁଅନ୍ତି। ଅବଧୂତମାନଙ୍କର 4 ଟି କ୍ରମ ଅଛି, ଯଥା—କୁଟୀଚକ୍ର, ବହୂଦକ, ହଂସ ଓ ପରମହଂସ। ପରମ ହଂସ ସର୍ବଶ୍ରେଷ୍ଠ। ପରମହଂସ ନିସ୍ତ୍ରୈଗୁଣ୍ୟ ପଥରେ ବିଚରଣ କରନ୍ତି—(ହି. ଶବ୍ଦସାଗର) ] — [ଦ୍ର—ଯେଉଁ ସନ୍ନ୍ୟାସୀ ଜ୍ଞାନର ପରମ ଅବସ୍ଥାରେ ଉପନୀତ ହୋଇ ଅଛନ୍ତି ଅର୍ଥାତ୍ ଯେ ପରମ ବ୍ରହ୍ମଙ୍କ ସତ୍ତା ପୂର୍ଣ୍ଣରୂପରେ ଅନୁଭବ କରି ପାରିଅଛନ୍ତି ତାଙ୍କୁ ପରମହଂସ ବୋଲାଯାଏ କୌଣସି ବ୍ୟକ୍ତି ସନ୍ନ୍ୟାସ ଅବଲମ୍ବନ କଲେ ଶିଖାସୂତ୍ର ତ୍ୟାଗ କରି ଦଣ୍ଡ କମଣ୍ଡଳୁ ଗ୍ରହଣ କରନ୍ତି; କିନ୍ତୁ ସେ ପରମହଂସ ଅବସ୍ଥା ପ୍ରାପ୍ତ ହେଲେ ତାଙ୍କର ଦଣ୍ଡ କମଣ୍ଡଳୁ ଗ୍ରହଣ ଆବଶ୍ୟକ ହୁଏ ନାହିଁ; ସେ ସବୁ— ପ୍ରକାର ବନ୍ଧନରୁ ମୁକ୍ତ ହୁଅନ୍ତି; ତାଙ୍କୁ ଶ୍ରାଦ୍ଧ, ସନ୍ଧ୍ୟା, ତର୍ପଣ, ଦେବାର୍ଚ୍ଚନ ଆଦି କରିବାକୁ ହୁଏ ନାହିଁ ଓ ସେ କାହାକୁ ନମସ୍କାର କରିବେ ନାହିଁ ସେ ସର୍ବଦା ଅଧ୍ୟାତ୍ମନିଷ୍ଠ, ନିର୍ଦ୍ୱନ୍ଦ, ନିରାଗ୍ରହ ଓ ବ୍ରହ୍ମବିତ୍ ହୋଇ ବ୍ରହ୍ମରେ ସ୍ଥିତ ହୁଅନ୍ତି ଅବଧୂତମାନଙ୍କର4ଟି କ୍ରମ ଅଛି, ଯଥା—କୁଟୀଚକ୍ର, ବହୂଦକ, ହଂସ ଓ ପରମହଂସ ପରମ ହଂସ ସର୍ବଶ୍ରେଷ୍ଠ ପରମହଂସ ନିସ୍ତ୍ରୈଗୁଣ୍ୟ ପଥରେ ବିଚରଣ କରନ୍ତି—(ହି. ଶବ୍ଦସାଗର) ]
- ସଂ. ବି. ପୁଂ (କର୍ମଧା; ପରମ=ପ୍ରଧାନ+ହଂସ=ଯୋଗୀ) — ସିଦ୍ଧପୁରୁଷଙ୍କ ଉପାଧିବିଶେଷ — A title of an eminent saint
- ସଂ. ବି. ପୁଂ (କର୍ମଧା; ପରମ=ପ୍ରଧାନ+ହଂସ=ଯୋଗୀ) — ପରମାତ୍ମା; ପରମେଶ୍ୱର — The Supreme Spirit; God
- ଦେ. ବି. (ନାମ) — କଟକ ସହରଠାରୁ 10 ମାଇଲ ପୂର୍ବରେ ଅବସ୍ଥିତ ଗ୍ରାମବିଶେଷ — କଟକ ସହରଠାରୁ10ମାଇଲ ପୂର୍ବରେ ଅବସ୍ଥିତ ଗ୍ରାମବିଶେଷ—Name of a village 10miles east of the town Cuttack
- ଦେ. ବି. (ନାମ) — [ଦ୍ର—ଏଠାରେ ପରମହଂସ ନାଥ ନାମକ ଶିବଲିଙ୍ଗ ଅଛନ୍ତି ଏବଂ ଶିବରାତ୍ରିରେ ଏଠାରେ ଗୋଟିଏ ବଡ଼ ମେଳା ହୁଏ। ଏହି ଗ୍ରାମର ନିକଟବର୍ତ୍ତୀ ସଫିପୁର, ବମୁରି ଓ ଅଥଙ୍ଗାରେ ଭଲ 'ପାନ' ଫସଲ ହୁଏ। ଏହି ପାନ ପରମହଂସୀ ପାନ ନାମରେ ଉତ୍କଳରେ ପ୍ରସିଦ୍ଧ।]