ପର ବୈରାଗ୍ୟ Para bai̱rāgya
- ଦେ. ବି (ମହିମାଧର୍ମର ପରିଭାଷା) — ମହିମାଧର୍ମାବଲମ୍ବୀ ମାନଙ୍କର ସାଧନାର ଶେଷ ଫଳ — The consummation of the Sannyāsa of the Mahimā sect of Orissa
- ଦେ. ବି (ମହିମାଧର୍ମର ପରିଭାଷା) — [ଦ୍ର—ମହିମା ଗୋସାଇଁ ଅବଧୂତାଶ୍ରମ ସନ୍ନ୍ୟାସ ପନ୍ଥାକୁ ଦୁଇ ଭାଗରେ ବିଭକ୍ତ କରି ଅଛନ୍ତି;—ଅପର ବୈରାଗ୍ୟ ଓ ପର ବୈରାଗ୍ୟ। ସନ୍ନ୍ୟାସୀର ପ୍ରଥମେ ବିଷୟବାସନାରେ ବୈରାଗ୍ୟ ଜନ୍ମିଲେ ତ୍ୟାଗୀ ହୋଇ ଯେଉଁ ସନ୍ନ୍ୟାସ ଆଶ୍ରମ ଗ୍ରହଣ କରିବାକୁ ହୁଏ ତାକୁ ଅପର ବୈରାଗ୍ୟ ସନ୍ନ୍ୟାସ ବା ମଧ୍ୟଶରଣତ୍ୱ ବୋଲାଯାଏ। ତତ୍ପରେ ସମାଧି 'ସାଧନ ସମ୍ପତ୍ତି' ମୁମୁକ୍ଷୁତ୍ୱ ପ୍ରଭୃତିରେ ଯୁକ୍ତ ହୋଇ ତତ୍ତ୍ୱ ବିବେକରେ ଅଧିକାର ଜନ୍ମିଲା ପରେ ଗୁରୁଙ୍କଠାରୁ ତତ୍ତ୍ୱମସ୍ୟାଦି ମହାବାକ୍ୟ ଉପଦେଶ ଦ୍ୱାରା 'ସୋଽହଂ' ଅର୍ଥାତ୍ ଅହଂ ବ୍ରହ୍ମାସ୍ମି ଭାବ ଜନ୍ମିଲେ ଯେଉଁ ସନ୍ନ୍ୟାସ ତାହାକୁ ପର ବୈରାଗ୍ୟ ସନ୍ନ୍ୟାସ ବା ଅତି ମାତ୍ର ଶରଣ ବୋଲାଯାଏ। ପ୍ରାଚୀ—ବିଶ୍ୱନାଥ ବାବା ମହିମାଧର୍ମ ପ୍ରତିପାଦକ।]