ପଦ୍ମିନୀ Padminī

  • ସଂ. ବି — (ପଦ୍ମ +ଅଛି ଅର୍ଥରେ ଇନ୍+ସ୍ତ୍ରୀ. ଈ)— ମୂଳ, ନାଡ଼, ପତ୍ର, ପୁଷ୍ପାଦି ସହିତ ପଦ୍ମ ଲତା — The lotus plant
  • ସଂ. ବି — ହସ୍ତିନୀ; ମାଈ ହାତୀ — A female elephant
  • ସଂ. ବି — କାମଶାସ୍ତ୍ର ବିଭାଗମତେ ପ୍ରଥମ ଶ୍ରେଣୀୟା ଅତି ଉତ୍କୃଷ୍ଟା ପଦ୍ମଗନ୍ଧା ସ୍ତ୍ରୀ — The 1st of the 4 classes into which young women are divided in the erotic science of ancient India
  • ସଂ. ବି — [ଦ୍ର—ଏମାନେ ଗୌରବର୍ଣ୍ଣା, ଅତି ସୁନ୍ଦରୀ, କ୍ଷୀଣମଧ୍ୟା, ପୀନସ୍ତନା ଓ ନିତମ୍ବିନୀ। ଏମାନଙ୍କ ଦେହ ଓ ମୁଖରୁ ପଦ୍ମ ଗନ୍ଧ ବାହାରୁଥାଏ। ଏମାନେ ଅତି ସୁକୁମାରୀ, ସାଧ୍ୱୀ, ଦୟାଶୀଳା, ସୁଲକ୍ଷଣା ଓ ମଧୁର ପ୍ରେମଶୀଳା। ଏ ଶ୍ରେଣୀର ସ୍ତ୍ରୀମାନଙ୍କର 'ଶଶ' ଜାତୀୟ ପୁରୁଷମାନେ ଉପଯୁକ୍ତ ସ୍ୱାମୀ।
  • ସଂ. ବି — ଭବତି କମଳନେତ୍ରା, ନାସିକା କ୍ଷୁଦ୍ର ରନ୍ଧ୍ରା, ଅବିରଳ କୁଚଯୁଗ୍ମା, ଦୀର୍ଘକେଶୀ କୃଶାଙ୍ଗୀ। ମୃଦୁ ବଚନ ସୁଶୀଳା ନୃତ୍ୟଗୀତାନୁରକ୍ତା ସକଳ ତନୁ ସୁବେଶା ପଦ୍ମିନୀ ପଦ୍ମଗନ୍ଧା। ]
  • ସଂ. ବି — (+ସମୂହାର୍ଥରେ ଇନ୍+ସ୍ତ୍ରୀ. ଇ)—ପଦ୍ମ ସମୂହ — A collection of lotus flowers
  • ସଂ. ବି — ପଦ୍ମ ବହୁଳ ପୁଷ୍କରିଣୀ — A pond full of lotus
  • ଦେ. ବି — ଚିତୋରର ରାଣା ଭୀମସିଂହଙ୍କ ପତ୍ନୀ — The wife of Rāṇā Bhīmasiṁha of Chitor