ପଦ୍ମାସନ Padmāsana
- ସଂ. ବି — (କର୍ମଧା; ପଦ୍ମ+ଆସନ)—ଯୋଗାସନବିଶେଷ — A posture in sitting prescribed in the Sāstras
- ସଂ. ବି — [ଦ୍ର—ପଦ୍ମାସନରେ ଚେକାପକାଇ ବସି ବାମ ଊରୁ ଉପରେ ଦକ୍ଷିଣ ପଦ ଓ ଦକ୍ଷିଣ ଊରୁ ଉପରେ ବାମ ପଦ ବିନ୍ୟାସପୂର୍ବକ ପଦଦ୍ୱୟର ବୃଦ୍ଧାଙ୍ଗୁଷ୍ଠ ଦ୍ୱୟକୁ ସ୍ୱୀୟ ପଛ ପଟ ବାଟେ ହାତ ଦ୍ୱୟକୁ ବୁଲାଇ ତଦ୍ଦ୍ୱାରା ଧରିବାକୁ ହୁଏ ଏବଂ ହୃଦୟରେ ଚିବୁକ ରକ୍ଷା କରି ଏକପ୍ରକାର ଦୃଷ୍ଟିରେ ନାସାଗ୍ରକୁ ଚାହିଁବାକୁ ହୁଏ।]
- ସଂ. ବି — କମଳ ବା ପଦ୍ମଫୁଲ ଦ୍ୱାରା ପ୍ରସ୍ତୁତ ଆସନ — A seat made up of lotus flowers
- ସଂ. ବି — ରତିବନ୍ଧବିଶେଷ; ପଦ୍ମବନ୍ଧ — A posture in copulation
- ସଂ. ବି — (ବହୁବ୍ରୀହି) ବ୍ରହ୍ମା — Brahmā
- ସଂ. ବି — ଶିବ (ହି. ଶ) — Ṡiba
- ସଂ. ବି — ସୂର୍ଯ୍ୟ (ହି. ଶ) — The sun