ପଦ୍ମ ତୋଳା Padmatoḻā

  • ଦେ. ବି — କେଳାମାନଙ୍କର ସାପ ଧରିବା ବା ସାପ ଖେଳାଇବା ନିମନ୍ତେ ବୋଲିବା ଗୀତ।
  • ଦେ. ବି — ମାଟି ମାର୍ଜାର ସର୍ପ ଫେଣ ନ ଧରେ ଯେତେ ପଦ୍ମତୋଳା ଗାଇଲେ। ଦୀନକୃଷ୍ଣ, ଜଗମୋହନ।
  • ଦେ. ବି — [ଦ୍ର— ପ୍ରବାଦ ଅଛି ଯେ ଶ୍ରୀକୃଷ୍ଣ 'ପଦ୍ମତୋଳାର' ପଦମାନ ବୋଲି କାଳୀୟ ହ୍ରଦ ବା ଯମୁନାରୁ ପଦ୍ମ ତୋଳିଥିଲେ ଏବଂ କାଳୀୟନାଗକୁ ଦମନ କରିଥିଲେ। କେଳାମାନେ ସାପଙ୍କୁ ଖେଳାଇବା ବେଳେ ପଦ୍ମତୋଳା ବୋଲନ୍ତି। ପଦ୍ମତୋଳା ଗୀତରେ ଶ୍ରୀକୃଷ୍ଣଙ୍କ ଚରିତ ବର୍ଣ୍ଣିତ ହୋଇଥାଏ। ଯଥା—"କାଳୀ କି ବନମାଳି ! ଅନ୍ଧାରେ ନ ଦିଶଇ ବାଟ ! କି ଗୋବିନ୍ଦ ହରି ! ମେଘ ଯେ ମାଳ ମାଳ ! ବିଜୁଳି କଢ଼ାଉଛି ବାଟ ! କି ଗୋବିନ୍ଦ ହରି ! ଫଳତଃ ଦେଖାଯାଇଅଛି ଯେ କେଳାମାନେ 'ପଦ୍ମତୋଳା' ପଦମାନ ବୋଲିବା ସମୟରେ ଗୋଖର ସାପମାନେ ପଡ଼ିଆ ଓ ଗାତ ଆଦିରୁ ବାହାରନ୍ତି ଏବଂ ଫେଣା ଟେକି ଗାୟକ ଆଡ଼କୁ ସ୍ଥିର— ଭାବରେ ଚାହିଁ ରହନ୍ତି। ନାଗସାପ ଛଡ଼ା ଅନ୍ୟସାପ ପଦ୍ମ ତୋଳା ମାନେ ନାହିଁ। ନାଗେଶ୍ୱରୀ ବଜାଇଲେ ମଧ୍ୟ ସାପମାନେ ମୁଗ୍ଧ ହେବା ଦେଖାଯାଏ। ]