ପଦା କରିବା Padā karibā

  • ଦେ. କ୍ରି — କୌଣସି ସ୍ଥାନର ବୃକ୍ଷଲତାଦି ଓପାଡ଼ି ବା କାଟି ତାହାକୁ ପଡ଼ିଆରେ ପରିଣତ କରିବା — To turn a place into an open field by clearing trees and jungles
  • ଦେ. କ୍ରି — ଏହି ସମୟରେ ଯେ ଭୀମ ଧରି ଗଦା ପାଇଗଲେ ପବବେ ବନ କରି ପଦା। କୃଷ୍ଣସିଂହ. ମହାଭାରତ, ବନ।
  • ଦେ. କ୍ରି — ଜନଶୂନ୍ୟ କରିବା — To desolate
  • ଦେ. କ୍ରି — (ଯଥା—ମାଲେରିଆ ଜର ସେ ଗାଁକୁ ପଦା କରି ଦେଲାଣି)
  • ଦେ. କ୍ରି — ସମୂଳେ ବିନାଶ କରିବା — To destroy
  • ଦେ. କ୍ରି — ଭୀମଙ୍କ ଅନୁରୂପ ଅଟଇ ସେ ଗଦା କରିବେ ତହିଁ ଯୁଦ୍ଧେ ଶତ୍ରୁକୁଳ ପଦା। କୃଷ୍ଣସିଂହ, ମହାଭାରତ, ସଭା।
  • ଦେ. କ୍ରି — ଛାରଖାର କରିବା — To devastate; to waste