ପତ୍ (ଧାତୁ) Pat (root)
- ସଂ — ପଡ଼ିବା — To fall
- ସଂ — ଯିବା; ଗତି କରିବା — To go; to move (Apte)
- ସଂ — ଅଧୋଗମନ କରିବା — To descend
- ସଂ — ତଳକୁ ଖସି ପଡ଼ିବା — To drop; to fall down
- ସଂ — ଓହ୍ଲାଇବା; ଉଚ୍ଚ ସ୍ଥାନରୁ ତଳକୁ ଅବତରଣ କରିବା — To get down; to alight (Apte)
- ସଂ — ଉଡ଼ିବା; ଶୂନ୍ୟକୁ ଉଠିବା — To fly; to soar (Apte)
- ସଂ — (ସୂର୍ଯ୍ୟାଦି) ଅସ୍ତଗତ ହେବା — (a luminary) To set (Apte)
- ସଂ — ସ୍ୱସ୍ଥାନରୁ ବା ସ୍ୱଜାତିରୁ ବା ସ୍ୱସମାଜରୁ ଚ୍ୟୁତ ହେବା — To forfeit or lose one's caste, position or rank (Apte)
- ସଂ — ଘଟିବା — To come to pass; to occur (Apte)
- ସଂ — (ଦୃଷ୍ଟି) ପାତିତ ହେବା — (one's look) To be directed to (Apte)
- ସଂ — ନିଜର ଭାଗ୍ୟରେ ବା ହିସ୍ସାରେ ମିଳିବା — To fall to one's lot or share (Apte)
- ସଂ — ନିଜର ଶରୀରକୁ ଭୂମିରେ ପାତିତ କରିବା — To lay oneself on the ground